ସାବଧାନ ଭୁବନେଶ୍ୱରରେ ମାତିଛନ୍ତି ରାଜସ୍ଥାନୀ ସୁନ୍ଦରୀ ଲୁଟେରା, ମନଇଚ୍ଛା ପଶି ଯାଉଛନ୍ତି ଘର ଭିତରକୁ, ଆଉ ତାପରେ ଦେଖନ୍ତୁ ଭିଡ଼ିଓ

 
Lutera

ଏବେ ଅପରାଧର ରାଜଧାନୀ ପାଲଟି ଯାଇଛି ଭୁବନେଶ୍ୱର। ଦିନକୁ ଦିନ ଏଠାରେ ହତ୍ୟା, ଚୋରି ଏବଂ ଲୁଟର ଅନେକ ମାମଲା ସାମ୍ନାକୁ ଆସୁଛି। ପୋଲିସ ଯେତିକି ତତ୍ପର ହେଉଛି ସେତିକି ଚାଲାକ ହୋଇଯାଉଛି ଅପରାଧୀ। ଏହାରି ଭିତରେ ଏବେ ରାଜଧାନୀରେ ମାତିଛନ୍ତି ଲେଡ଼ି ଲୁଟେରା। ଭିନ୍ନ ଭିନ୍ନ ଉପାୟରେ ସ୍ପଷ୍ଟ ଦିବଲୋକରେ ଏମାନେ ଲୋକଙ୍କୁ ହଇରାଣ ହରକତ କରିବା ସହ ଟଙ୍କା ପଇସା ସହ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁ ଲୁଟି ନେଉଥିବା ଅଭିଯୋଗ ହେଉଛି।

Accused

ଭୁବନେଶ୍ୱରରେ ଏକ ନୂତନ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି କିଛି ଯୁବତୀ। ଏମାନେ ବିଭିନ୍ନ ପ୍ରକାରର ଡୋନେସନ ଫାଉଣ୍ଡେସନ ନାଁ ନେଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ସେ ରାସ୍ତା କଡ଼ ହେଉ ଅଥବା ଅଫିସ୍ କିମ୍ବା ଘର ଯେ କୌଣସି ସ୍ଥାନରେ ଏମାନେ ଜବରଦସ୍ତି ପଶିଯାଉଛନ୍ତି। ମାଗୁଥିବା ଟଙ୍କା ନଦେଲେ ଏମାନେ ଲୋକଙ୍କୁ ହଇରାଣ ହରକତ କରିବା ସହ ସଂଘବଦ୍ଧ ଭାବରେ ସେମାନଙ୍କୁ ଲୁଟୁଛନ୍ତି।

Police station

କିଛି ଦିନ ଭିତରେ ରାଜଧାନୀରେ ଏହିଭଳି ଅନେକ ମାମଲା ସାମ୍ନାକୁ ଆସିବା ପରେ କାମିଶନରେଟ ପୋଲିସ ତତ୍ପର ହୋଇପଡ଼ିଛି। ଏହି ଲୁଟେରା ଯୁବତୀ ମାନଙ୍କ ମଧ୍ୟରୁ କେତେକକୁ ପୋଲିସ ଗିରଫ କରିଥିବା ବେଳେ ଅନେକ ଏବେ ମଧ୍ୟ ବାହାରେ ବୁଲୁଛନ୍ତି। ଗିରଫ ହୋଇଥିବା ଯୁବତୀମାନଙ୍କ କହିବା ଅନୁଯାଇ ସେମାନେ ରାଜସ୍ଥାନରୁ ଏଠାକୁ ଆସିଛନ୍ତି। କେବଳ ଏତିକି ନୁହେଁ ବରଂ ସେଠାରୁ ଏମାନଙ୍କ ପରି ଆହୁରି ୫୦ ଲୁଟେରା ଆସିଥିବା ଖବର ମିଳୁଛି। ଅନ୍ୟପକ୍ଷରେ ଏମାନେ ବୁଲି ବୁଲି ମ୍ୟାଜିକ୍ ପେନ୍ ବିକୁଥିବା ଏବଂ କୌଣସି ଚୋରି କରିନଥିବା କହିଛନ୍ତି।