ଭୟଙ୍କର ଗ୍ୟାଙ୍ଗଷ୍ଟାର ର ପ୍ରେମ ଜାଲରେ ପଡିଗଲେ ଡାକ୍ତରଙ୍କ ଝିଅ, ପ୍ରେମିକ ପାଇଁ ମିଳିଲା ଏମିତି ଦଣ୍ଡ, ଜାଣନ୍ତୁ

 
ଭୟଙ୍କର ଗ୍ୟାଙ୍ଗଷ୍ଟାର ର ପ୍ରେମ ଜାଲରେ ପଡିଗଲେ ଡାକ୍ତରଙ୍କ ଝିଅ, ପ୍ରେମିକ ପାଇଁ ମିଳିଲା ଏମିତି ଦଣ୍ଡ, ଜାଣନ୍ତୁ

କଥାରେ କୁହାଯାଏ ଯେ ପ୍ରେମ ଅନ୍ଧ ଅଟେ ଏହା ଧନୀ ଗରିବ, ଭଲ ମନ୍ଦ କାହାରିକୁ ନେଇ ବାଛ ବିଚାର କରିନଥାଏ। ତେବେ ପ୍ରେମରେ ପଡି ଜଣେ ଯୁବତୀଙ୍କୁ ଏବେ ଖୁବ ହଟହଟା ହେବାକୁ ପଡିଛି। ପ୍ରକୃତରେ ଯୁବତୀ ଜଣକ ଭଲ ପାଉଥିବା ପ୍ରେମିକ ପରେ ଜଣେ ଗ୍ୟାଙ୍ଗଷ୍ଟର ବୋଲି ଜଣାପଡିବା ପରେ ଯୁବତୀ ଜଣକୁ ମଧ୍ୟ ଗିରଫ ହେବା ସହ ଦୁଇ ମାସ ଆଠ ଦିନ ଜେଲ ରେ ରହିବାକୁ ପଡିଛି।

ପ୍ରକୃତରେ ଜଣେ ଡାକ୍ତରଙ୍କ ଝିଅ ଯାହାଙ୍କ ନାମ ଜିଆ ଅଟେ ସେ ପପଲା ଗୁଜ୍ଜର ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ। ଜିଆ ମୁମ୍ବାଇ ର ଏକ ଜିମ ରେ ଟ୍ରେନର ଭାବରେ କାମ କରନ୍ତି। ସେହିଠାରେ ହିଁ ପପଲାଙ୍କ ସହ ତାଙ୍କର ପ୍ରଥମ ଦେଖା ହୋଇଥିଲା, ଏବଂ ଉଭୟେ ପରସ୍ପରଙ୍କୁ ଭଲ ପାଇବାକୁ ଲାଗିଥିଲେ।

ଏପରିକି ଲକଡାଉନ ବେଳେ ପପଲା ଜିଆଙ୍କ ପାଖରେ ହିଁ ରହୁଥିଲା। ତେବେ ସେ ଜଣେ ଗ୍ୟାଙ୍ଗଷ୍ଟର ବୋଲି ଜାଣିବା ପରେ ପୋଲିସ ତାକୁ ଧରିଥିଲା ଏବଂ ଏହି କେସ୍ ରେ ଜିଆଙ୍କୁ ମଧ୍ୟ ୨ ମାସର ଜେଲ ହୋଇଥିଲା।ତେବେ ଜିଆଙ୍କ ଓକିଲ କୋର୍ଟରେ ପପଲା ଗ୍ୟାଙ୍ଗଷ୍ଟର ବୋଲି ଜିଆଜାଣିନଥିବା ପ୍ରମାଣ କରିବା ପରେ କୋର୍ଟ ଜିଆଙ୍କୁ ଜେଲରୁ ମୁକ୍ତ କରିଥିବା ଜଣା ପଡ଼ିଛି।