ପିଶାଚ ବାପାର ବର୍ବର କାଣ୍ଡ, ନିଜ ଝିଅକୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଗର୍ଭବତୀ କଲା ଜନ୍ମକଲା ବାପା, ଜାଣନ୍ତୁ ପୂରା ଘଟଣା

 
Bapa jhia ku kala garbhabati

ଶାରୀରିକ ସୁଖଃ ଏବଂ କାମନା ବାସନା ପାଇଁ ଅନ୍ଧ ହୋଇଯାଇଛି ଆଜିର ମଣିଷ ସମାଜ। ସମ୍ପର୍କ ଏବଂ ସାମାଜିକ ମୂଲ୍ୟବୋଧକୁ ଭୁଲିଯାଇ ଘଟାଇ ଚାଲିଛି ଅନେକ କୁକର୍ମ। ମାଲକାନଗିରି ଥାନା ଅଧୀନରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ବାପ ଝିଅର ସମ୍ପର୍କକୁ ଭୁଲିଯାଇ ଜଣେ ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିବାକୁ ପଛାଇ ନାହିଁ। ବ୍ୟକ୍ତି ଜଣକ ଦୀର୍ଘ ଦିନ ହେବ ଏପରି କୁକର୍ମରେ ଲିପ୍ତ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Raped

ଘଟଣା ମୁତାବକ ପୀଡିତା ଯୁବତୀ ଜଣଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ, ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ହେବା ସହ କାମ ଧନ୍ଦା କରୁନଥିବାରୁ ଅଭିଯୁକ୍ତ ବାପ ଝିଅକୁ ନିଜ ଘରକୁ ଫେରାଇ ଆଣିଥିଲା। ତେବେ, ଘରକୁ ଆସିବା ପରେ ରାତିରେ ମଦ ପିଇ ଅଭିଯୁକ୍ତ ନିଜ ଝିଅକୁ ଦୁଷ୍କର୍ମ କରି ଆସୁଥିଲା। ଯୁବତୀ ଜଣକ ଏ ବିଷୟରେ କାହାକୁ କିଛି କହି ନଥିଲେ ହେଁ ପରବର୍ତ୍ତୀ ସମୟରେ ସେ ୬ ମାସର ଗର୍ଭବତୀ ହୋଇ ଯିବାରୁ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

Raped

ବାପର ଏଭଳି କୁକର୍ମ ବିଷୟରେ ଜାଣି ତାଙ୍କ ପୁଅ ଏବଂ ସ୍ତ୍ରୀ ଏହାର ବିରୋଧ କରିଥିଲେ। କିନ୍ତୁ, ଅଭିଯୁକ୍ତ ଏଥିରେ ଉତକ୍ଷିପ୍ତ ହେବା ସହ ମଦ ପିଇ ପରିବାର ଲୋକଙ୍କୁ ମାଡ଼ ମାରିଥିଲା। ଅଭିଯୁକ୍ତ ମଦ ପିଇଦେଇ ସମସ୍ତଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପୁଅ ଭୟରେ ମାଲକାନଗିରି ଥାନାରେ ବାପାଙ୍କ ନାମରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ ଗିରଫ କରି କରି ତଦନ୍ତ ଆରମ୍ଭ କରିଛି। ଝିଅର ଡାକ୍ତରୀ ମାଇନା କରିବା ସହ ଏହି ଘଟଣାର ଟିକିନିଖି ତଦନ୍ତ କରାଯାଉଥିବା ନେଇ ଆଇଆଇସି ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି।