ହୃଦୟଥରା ହତ୍ୟାକାଣ୍ଡ: ଦୁଷ୍କର୍ମ କରି ୧୦ ମହଲାରୁ ଫିଙ୍ଗିଦେଲେ, ଶରୀରରେ ୨୫ ଗମ୍ଭୀର ଆଘାତ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
Raped

କାନପୁର ସହରରୁ ଦୁଷ୍କର୍ମ ଏବଂ ହତ୍ୟାର ଏକ ହୃଦୟଥରା ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ସହିତ ଅତି ବର୍ବରତାର ସହିତ ଦୁଷ୍କର୍ମ କରାଯାଇ ତାଙ୍କୁ ୧୦ ମହଲା ଉପରୁ ତଳକୁ ଫିଙ୍ଗି ଦିଆଯାଇଥିଲା। ଦେହରୁ ମାତ୍ରାଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

Victim

ତେବେ, ଯୁବତୀଙ୍କ ପୋଷ୍ଟମର୍ଟମ ପାଇଁ ଏକ ୩ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ପୋଷ୍ଟମର୍ଟମରେ ଯୁବତୀଙ୍କ ଦେହରେ ମୋଟ ୨୫ ଗମ୍ଭୀର ଆଘାତର ଚିହ୍ନ ଦେଖିବାକୁ ମିଳିଛି। ମୁଣ୍ଡର ହାଡ ୫ଟି ଜାଗାରେ ଭାଙ୍ଗି ଯାଇଥିବା ବେଳେ ଡାହାଣ ହାତରେ ୬ଟି ଗମ୍ଭୀର ଆଘାତ ରହିଛି। ସେହିପରି ବାମ ହାତରେ ୩ଟି ପେଟ ତଳୁ ଜଙ୍ଘ ଯାଏଁ ୪ଟି ଆଘାତ ଚିହ୍ନ ରହିଛି। ଯୁବତୀଙ୍କ ଯୌନାଙ୍ଗ ବାହାରେ କୌଣସି ଆଘାତ ଚିହ୍ନ ନଥିଲେ ହେଁ ଗର୍ଭାଶୟ ସମ୍ପୂର୍ଣ୍ଣ ଆହତ ହୋଇଛି। ଏଥିସହିତ ତାଙ୍କର ବ୍ଲାଡ଼ର ମଧ୍ୟ ଫାଟି ଯାଇଛି।

Accused

ଯୁବତୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ଏବଂ ଏଭଳି ନୃଶଂସ ଆଚରଣକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଯୁବତୀଙ୍କ ହତ୍ୟା ମାମଲାରେ ସେପ୍ଟେମ୍ବର ୨୧ ତାରିଖରେ କଲ୍ୟାଣପୁର ପୋଲିସ ଅଭିଯୁକ୍ତ ପ୍ରତୀକ ବୈଶ୍ୟକୁ ତା ଫ୍ଲାଟରୁ ଗିରଫ କରିଥିଲା। କିନ୍ତୁ, ଏଫଆଇଆରରେ ପ୍ରତୀକକୁ ଫ୍ଲାଟରୁ କିଛି କିଲୋମିଟର ଦୂର ବୀଠୁର ଅଞ୍ଚଳରୁ ଗିରଫ କରାଯାଇଥିବା ଲେଖାଯାଇଛି ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଲ୍ୟାଣପୁର ଇନ୍ଦିରା ନଗରରେ ରହୁଥିବା ଡାଏରୀ ନିର୍ଦ୍ଦେଶକ ପ୍ରତୀକ ବୈଶ୍ୟ ସେପ୍ଟେମ୍ବର ୨୧ ତାରିଖରେ ନିଜ ପିଏଙ୍କୁ ଦୁଷ୍କର୍ମ କରିବା ପରେ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ଦେଇଥିଲେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

From around the web