ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ରାସ୍ତା ମଝିରେ ଯୁବତୀଙ୍କୁ କିଡନାପ୍ କରି ଟେକିନେଲେ କିଛି ଯୁବକ, ଦେଖନ୍ତୁ ଭିଡ଼ିଓ

 
Kidnapped

ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଲୋକମାନଙ୍କର ଯାତାୟାତ ଲାଗି ରହିଥିଲା ତଥାପି ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଗଲେ ଦୁର୍ବୁତ୍ତ। ଏବେ, ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଗତ ୧୦ ଦିନ ହେବ ଭଦ୍ରକ ଜିଲ୍ଲାରେ ଏହି ଅପହରଣ ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ଖବର ମିଳିଛି।

Kidnap

ଭଦ୍ରକ ଜିଲ୍ଲା ଉଗ୍ରତାରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା ସବୁଦିନ ଭଳି ସେଦିନ ଟ୍ୟୁସନ୍ ସାରି ଘରକୁ ଫେରୁଥିଲେ। ସେ ମହୁଲିଆ ଛକ ନିକଟସ୍ଥ ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରି ରହିଥିବା ବେଳେ ସେଠାରେ ଏକ ଧଳା କାର ପହଞ୍ଚିଥିଲା। ତା ଭିତରୁ ଜଣେ ଯୁବକ ବାହାରି ଆସି ମଧୁସ୍ମିତାଙ୍କୁ ଜୋର ଜବରଦସ୍ତ କାରରେ ବସାଇ ନେଇଯାଇଥିଲେ। ତେବେ, ମଧୁସ୍ମିତା ଠିକ ସମୟରେ ଘରକୁ ନ ଫେରିବାରୁ ପରିବାର ଲୋକେ ଏ ସଂକ୍ରାନ୍ତରେ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ଥିବା ଏକ ସିମେଣ୍ଟ ଫ୍ୟାକ୍ଟ୍ରିର ସିସିଟିଭି ଫୁଟେଜ଼ ସାହାଯ୍ୟରେ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ପାଇଥିଲା।

Girl

ତେବେ, ୧୦ ଦିନ ଯାଏଁ ମଧୁସ୍ମିତାଙ୍କର କୌଣସି ପତ୍ତା ମିଳିପାରିନଥିଲା। କିନ୍ତୁ, ପୋଲିସର ଅପ୍ରାଣ ଚେଷ୍ଟା ବଳରେ ତାଙ୍କୁ ପାରାଦ୍ୱୀପରୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଯୁବତୀଙ୍କୁ ଚାନ୍ଦବାଲି ଥାନାରେ ପୋଲିସ ହେପାଜତରେ ରଖାଯାଇଥିବା ଜଣାଯାଇଛି। ଅପହରଣ କରିଥିବା ଦୁର୍ବୁତ୍ତଙ୍କୁ ଏପର୍ଯ୍ୟନ୍ତ ପୋଲିସ ଧରି ପାରିନଥିଲା ବେଳେ ଯୁବତୀଙ୍କ ବୟାନକୁ ଆଧାର କରି ତଦନ୍ତ ଆଗକୁ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।