ନାବାଳକ ପ୍ରେମିକ ଆତ୍ମହତ୍ୟା କରିବାରୁ ଜବରଦସ୍ତି ଶବ ହାତରୁ ଝିଅକୁ ସିନ୍ଦୂର ପିନ୍ଧାଇଲେ ପୁଅର ପରିବାର, ଆଉ ତାପରେ..

 
Mruta premika premika

ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା ଏବଂ ମନୋମଳିନ୍ୟ ହେବା ଏକ ସ୍ୱାଭାବିକ କଥା କିନ୍ତୁ ଏହାକୁ ନେଇ ପ୍ରେମିକ ଆତ୍ମହତ୍ୟା କରିବା ଏବଂ ପରେ ପ୍ରେମିକ ଘର ଲୋକେ ମୃତ ଯୁବକ ହାତରେ ପ୍ରେମିକାକୁ ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇବା ଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳରେ।

ଏହି ଖବର ମୁତାବକ ଏଠାରେ ଦୁଇ ଜଣ ନାବାଳିକ ପୁଅ ଝିଅ ପରସ୍ପର କୁ ଭଲ ପାଉଥିଲେ। ପ୍ରେମ ସମ୍ପର୍କ ଧିରେ ଧିରେ ଏତେ ଆଗକୁ ବଢ଼ିଲା ଯେ ସମସ୍ତ କଥା ଘର ଲୋକଙ୍କ କାନରେ ପଡିଲା। ଏହି ପ୍ରସ୍ତାବରେ ପୁଅ ଘର ଲୋକେ ରାଜି ଥିଲେ ମଧ୍ୟ ଝିଅର ମା ଏହାକୁ ବିରୋଧ କରିଥିଲେ। ଫଳରେ ଏହାର ପ୍ରଭାବ ପ୍ରେମୀଯୁଗଳଙ୍କ ଉପରେ ପଡିଥିଲା। ତେବେ କିଛିଦିନ ପରେ ଉଭୟଙ୍କ ଭିତରେ ଏହି କାରଣରୁ ଝଗଡ଼ା ହୋଇଥିଲା ଏବଂ ଏଥିରେ ଭାଙ୍ଗି ପଡି ପୁଅଟି ଆତ୍ମହତ୍ୟା କରିଥିଲା।

ଏପରିକି ଆତ୍ମହତ୍ୟା ପୂର୍ବରୁ ଏ ସବୁ ବିଷୟରେ ସେ ଝିଅଟିକୁ ଜଣାଇଥିବା କଥା ମଧ୍ୟ ସାମ୍ନାକୁ ଆସୁଛି। ତେବେ ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ ପରେ ଶବ ଗାଁରେ ପହଞ୍ଚିବା ପରେ ପୁଣି ବିବାଦ ଆରମ୍ଭ ହୋଇଥିଲା ଏବଂ ଉତ୍ୟକ୍ତ ଗାଁ ଲୋକେ ଏଥିପାଇଁ ଝିଅ ଏବଂ ତା ମାକୁ ଦାୟୀ କରିଥିଲେ।

କେବଳ ଏତିକିରେ କଥା ସରିନଥିଲା ଲୋକମାନେ ମୃତ ପ୍ରେମିକ ହାତରେ ଜୋରଜବରଦସ୍ତ ପ୍ରେମିକା ମୁଣ୍ଡରେ ସିନ୍ଦୂର ପିନ୍ଧାଇବା ସହ ଉଭୟ ମା ଝିଅଙ୍କୁ ପ୍ରବଳ ପିଟିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚିବା ସହ ମାରପିଟ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।