ଭୁବନେଶ୍ବରରେ ଭିଡିଓରେ ଉଲଗ୍ନ ଦେହ ଦେଖାଇ ଲୁଟୁଛନ୍ତି ଡିଜିଟାଲ ସୁନ୍ଦରୀ, ଯୁବକଙ୍କୁ ଏମିତି ଫସାଇଲେ ଜାଲରେ, ଦେଖନ୍ତୁ ଭିଡ଼ିଓ

 
Digital sundari

ମତିଛନ୍ତି ଡିଜିଟାଲ ସୁନ୍ଦରୀ ଉଲଗ୍ନ ଶରୀର ଦେଖାଇ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା କିଛିଦିନ ତଳେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଜଣେ ବୃଦ୍ଧ ଏହି ଠକାମିର ଶିକାର ହୋଇଥିବା ବେଳେ ଏହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ରାଜଧାନୀରେ ରହୁଥିବା ଜଣେ ବ୍ଲଗର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଡୁମୁଡୁମା ଅଞ୍ଚଳର ମାନସ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ ଏହି ଡିଜିଟାଲ ସୁନ୍ଦରୀ। ପୂର୍ବରୁ ଏମାନେ ଠକିବା ପାଇଁ ଫୋନପେ, ଗୁଗୁଲ ପେ ଏବଂ ଅନ୍ୟାନ୍ୟ ପେମେଣ୍ଟ ଆପ୍ କୁ ଟାର୍ଗେଟ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ମାନସଙ୍କ କହିବା ମୁତାବକ ଫେସବୁକ୍ ରେ ପ୍ରଥମେ ତାଙ୍କୁ "Reeya jain" ନାମକ ଜଣେ ଯୁବତୀ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। କିଛି ସମୟ ମିଠା ମିଠା କଥା କହିବା ପରେ ହ୍ଵାଟ୍ସଆପ ମଧ୍ୟମରେ ଭିଡ଼ିଓ କଲ କରିଥିଲେ।

ମାନସ ଉକ୍ତ ଭିଡ଼ିଓ କଲଟିକୁ ଉଠାଇବା ମାତ୍ରେ ମହିଳା ଜଣକ ଉଲଗ୍ନ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଲଗ୍ନ ହୋଇ ଦେଖାଇବା ପାଇଁ ଯୁବତୀ ଜଣକ କହିଥିଲେ ମଧ୍ୟ ମାନସ ଏହାକୁ ଏଡ଼ାଇ ଯାଇଥିଲେ। ମାତ୍ର ପରେ ୧୦ ସେକେଣ୍ଡର ସେହି ଭିଡ଼ିଓ କଲର ସ୍କ୍ରିନସଟ୍ ରଖି ଯୁବତୀ ଜଣକ ତାଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରିଥିବା ମାନସ ଅଭିଯୋଗ କରିଛନ୍ତି।

ପୂର୍ବରୁ ଏହିପରି ଠକେଇ ସମ୍ପର୍କରେ ଗଣମାଧ୍ୟମରୁ ସୂଚନା ପାଇ ସଚେତନ ଥିବାରୁ ଏହି ଠକେଇର ଶିକାର ହେବାରୁ ବର୍ତ୍ତି ଯାଇଥିବା ମାନସ କହିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ଚାଟ୍ ଓ ବିବରଣୀ ନେଇ ମାନସ କମିଶନରେଟ ପୋଲିସ ଏବଂ ସାଇବର ସେଲ୍ ରେ ଅଭିଯୋଗ କରିଥିଲେ। ତେବେ ମିଳିଥିବା ଖବର ଅନୁଯାଇ ଲୁଟେରା ଯୁବତୀ ଜଣକ ଫେସବୁକରୁ ନିଜର ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ଏହିପରି ଘଟଣା ଦିନକୁ ଦିନ ବଢ଼ୁଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରୁଛନ୍ତି।