ରକ୍ଷା କରିବାକୁ ବାପା ବାପା ଡାକୁଥିଲା ଝିଅ! ଟେକିନେଲେ ୬ ଦୁର୍ବୁତ୍ତ, ଆଉ ଜଣ ଙ୍କ ପରେ ଜଣେ ମିଶି...

 
crime agian girl

ଯୌନପୁର ଠାର ଜଣେ ନାବାଳିକାଙ୍କ ସହିତ ଅସଦାଚରଣ ଏବଂ ଅତ୍ୟାଚାରର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଛି ଯୁବକ ଜଣେ ଯୁବତୀଙ୍କ ସହିତ ଜୋର ଜବରଦସ୍ତି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ତାଙ୍କୁ ବଳାତ୍କାର କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ପଦାକୁ ଆସିବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତ ଯୁବକମାନଙ୍କୁ ଗିରଫ କରିଛି। 

ତେବେ ପୋଲିସ ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣା ମଛଲୀସହର ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ ଗତ ୧୪ ଅଗଷ୍ଟ ରାତିରେ ପୀଡିତାଙ୍କ ପୁରା ପରିବାର ଶୋଇଥିବା ବେଳେ କିଛି ଗୁଣ୍ଡା ପ୍ରବୃତ୍ତିର ଲୋକେ ଘର ଭିତରକୁ ପଶି ଆସିଥିଲେ। 

Victim

ସେମାନେ ପୀଡିତାଙ୍କ ସହିତ ଅଶାଳୀନ ବ୍ୟବହାର କରିବା ସହିତ ବଳାତ୍କାର ଉଦ୍ୟମ କରିବାକୁ ଲାଗିଥିଲେ। ପରିବାର କହିବା ଅନୁଯାଇ ଦୁର୍ବୁତ୍ତମାନେ କିଛି ନିଶା ପଦାର୍ଥ ପ୍ରୟୋଗ କରିଥିଲେ ଯେଉଁଥିପାଇଁ ହଠାତ ସେମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିପାରିନଥିଲେ। ଘଟଣା ଘଟୁଥିବା ସମୟରେ ଯୁବତୀ ଜଣକ ସାହାଯ୍ୟ ମଗୁଥିଲେ ହେଁ ପରିବାର ଲୋକେ ସାହାଯ୍ୟ କରିପାରିନଥିଲେ। ତେବେ, ପାଟି ଶୁଣି ଆଖପାଖ ଲୋକେ ସେଠାକୁ ଆସିବା ପରେ ହିଁ ଦୁର୍ବୁତ୍ତମାନେ ସେଠାରୁ ପଳାଇଯାଇଥିଲେ।

ଆହୁରି ପଢ଼ନ୍ତୁ:- ରିସର୍ଚ୍ଚରୁ ବଡ଼ ଖୁଲାସା, ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ କମୁଛି ଶାରୀରିକ ସମ୍ପର୍କ ଆଗ୍ରହ, ରଖୁ ନାହାଁନ୍ତି ସମ୍ବନ୍ଧ, ଜାଣନ୍ତୁ ପୁରା ଖବର