ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ଦେଇ ନପାରିବାରୁ ବୟଫ୍ରେଣ୍ଡର ଲଙ୍ଗଳା ଫଟୋ ଭାଇରାଲ କରିଦେଲା, ଆଉ ତାପରେ...

 
Viral photo

ପ୍ରେମିକ ୧୦ ଲକ୍ଷ ଟଙ୍କା ନ ଦେବାରୁ ଅଶ୍ଳୀଳ ଫୋଟୋ ଭାଇରାଲ କରିଦେଲା ପ୍ରେମିକା। କଥାଟି ଶୁଣି ଅଡ଼ୁଆ ଲାଗିଲା କି? ଆଜ୍ଞା ହଁ, ଆପଣ ଠିକ୍ ପଢିଛନ୍ତି। କାରଣ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜ ପ୍ରେମିକକୁ ବ୍ଲାକମେଲ୍ କରିବା ସହିତ ଏପରି ଫୋଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। 

Woman

ମିଳିଥିବା ସୂଚନା ଅନୁଯାଇ ପ୍ରୟାଗରାଜର ଜଣେ ଯୁବକ ସରୋଜିନୀ ନଗରର ଶିଳ୍ପାଞ୍ଚଳରେ ଚାକିରି କରୁଥିଲେ। ଚାକିରି କରିଥିବାରୁ ଲକ୍ଷ୍ନୌର ଆଜାଦ ନଗରରେ ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହୁଥିଲେ। ସେହି ଆପାର୍ଟମେଣ୍ଟରେ ଜଣେ ଯୁବତୀ ମଧ୍ୟ ଭଡ଼ା ନେଇ ରହୁଥିଲେ। ସମାନ ଆପାର୍ଟମେଣ୍ଟ ହୋଇଥିବାରୁ ଉଭୟଙ୍କର ଦେଖା ସାକ୍ଷାତ ଏବଂ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। 

Mms

ଏହି ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା। ତେବେ, ୪୨୦ ଯୁବତୀ ଜଣକ ପ୍ରେମିକର କିଛି ଅଶ୍ଳୀଳ ଫୋଟୋ ଉଠାଇ ରଖିଥିଲା ଯାହାକୁ ଆଧାର କରି ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲା। ଯୁବକ ଜଣକ ଏତେ ଟଙ୍କା ନ ଦେଇ ପାରିବାରୁ  ଅଭିଯୁକ୍ତା ଏକ ଫେକ୍ ଫେସବୁକ୍ ଆକାଉଣ୍ଟ କରି ସବୁ ଫୋଟୋ ଭାଇରାଲ କରିଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କର ସମ୍ମାନ କ୍ଷୀଣ ହେବା ସହିତ ଚାକିରୀ ଚାଲି ଯାଇଥିବା ଏବଂ ବିବାହ ଭାଙ୍ଗି ଯାଇଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି।