ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା, ଝିଅ ଓ ଜ୍ୱାଇଁଙ୍କୁ ଗୁଳି କରିଦେଲା ଶ୍ୱଶୂର, ଜାଣନ୍ତୁ ପୁରା ଘଟଣା
ବାପାଙ୍କ ଇଛା ବିରୋଧରେ ପ୍ରେମ ବିବାହ କରିବାରୁ ଝିଅକୁ ଗୁଳି କଲେ ବାପା । ଆଜ୍ଞା ହଁ ଏପରି ଏକ ଘଟଣା ଉକ୍ତ ଅଞ୍ଚଳରେ ଏବେ ଚାନ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଚେରଖି ଦାଦରି ସବ୍ ଡିଭିଜନ ଅନ୍ତର୍ଗତ ବନ୍ଧଗଲା ଅଞ୍ଚଳରେ ।
ସୂଚନା ଅନୁସାରେ ସେହି ଗ୍ରାମର ଏକ ୨୫ ବର୍ଷୀୟ ଯୁବକ ଉକ୍ତ ଗାଆଁର ଏକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏହି ବିବାହରେ କିନ୍ତୁ ରାଜି ନ ଥିଲେ ଘର ଲୋକେ । ଝିଅର ଏପରି କରିବାରେ ଭୀଷଣ ରାଗି ଯାଇଥିଲେ ପରିବାର ଲୋକେ । ଯାହା ପରେ ଘଟାଇଥିଲେ ଏପରି କିଛି କାଣ୍ଡ ।
ଗତ କାଲି ବିଳମ୍ବିତ ରାତ୍ରୀରେ ଯୁବତୀଙ୍କ ବାପା ତାଙ୍କ ଭଣଜା ଓ ଅନ୍ୟ ପରିବାର ସଦସ୍ୟଙ୍କ ସହିତ ଯୁବତୀଙ୍କ ଶାଶୁ ଘରକୁ ଯାଇଥିଲେ। ସେଠାରେ ସେ ତାଙ୍କ ଝିଅକୁ ଜବରଦସ୍ତ୍ ଫେରାଇ ଆଣୁଥିଲେ। ତାଙ୍କ ଜ୍ବାଇଁ ଏଥିରେ ବିରୋଧ କରିବାରୁ ଜ୍ବାଇଁର କାନ୍ଧକୁ ଗୁଳି କରିଥିଲେ ଝିଅର ବାପା।
ତା ପରେ ସେ ଝିଅକୁ ଫେରାଇ ଆଣିଥିଲେ। ବାଟରେ ପୋଲିସ ଆସିବା ଜାଣି ଝିଅ ଉପରକୁ ୫ ରୁ ୬ ଥର ଗୁଳି ମାରିଥିଲେ ଓ ସେହିଠାରେ ଛାଡି ପଳାଇ ଥିଲେ । ପୋଲିସ୍ ଯୁବତୀ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।