ପରିବାର ହାତରେ ଲାଗିଲା ଝିଅର ରେପ୍ ଭିଡ଼ିଓ, ପଚାରିବାରୁ ନାବାଳିକା କହିଲା: ସେ ଦିନ ମତେ...

 
ପରିବାର ହାତରେ ଲାଗିଲା ଝିଅର ରେପ୍ ଭିଡ଼ିଓ, ପଚାରିବାରୁ ନାବାଳିକା କହିଲା: ସେ ଦିନ ମତେ...

ସାରା ଦେଶରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଏବଂ ବଳାତ୍କାର ର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାର ରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧିକ ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଇତିମଧ୍ୟରେ ବିହାରର ଖାପ୍ରା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବଳାତ୍କାର ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। 

ଏଠାରେ ତିନି ଜଣ ଯୁବକ ଜଣେ ନବମ ଶ୍ରେଣୀରେ ପଢୁଥିବା ଝିଅକୁ ବଳାତ୍କାର କରିବା ଏବଂ ଏହି ଘୃଣ୍ୟ କାମର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣା ଚର୍ଚ୍ଚା ରେ ରହିଛି।ଏହି ଘୃଣ୍ୟ ଅପରାଧ ଛପ୍ରା ଜିଲ୍ଲାର ଖାଇରା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ବଡ କେନାଲ ନିକଟରେ ୮ ମାର୍ଚ୍ଚ ରେ ଘଟିଥିବା ଜାଣିବାକୁ ମିଳିଛି। 

ଏହି ଘଟଣା ମୁତାବକ ନବମ ଶ୍ରେଣୀ ରେ ପଢ଼ୁଥିବା ନାବାଳିକା ଜଣକ ଖଇରା ବଜାରରୁ ତାଙ୍କ ଘରକୁ ଫେରୁଥିବା ବେଳେ, ବଡ କେନାଲ ନିକଟରେ ଉପସ୍ଥିତ ତିନି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ।  ସେମାନେ ତାଙ୍କୁ ବଳପୂର୍ବକ ପାଖରେ ଥିବା ଏକ ଗହମ କ୍ଷେତକୁ ନେଇଯାଇ ସେଠାରେ ଜଣ ଜଣ କରି ତାଙ୍କୁ ବଳାତ୍କାର କରିଥିଲେ।

ତେବେ ଏହାର ଭିଡ଼ିଓ କରି ନାବାଳିକାଙ୍କୁ ଚୁପ ରହିବାକୁ କହିଥିଲେ। ନାବାଳିକା ଜଣକ ଧମକ ପାଇ ଡ଼ରିଯାଇଥିଲେ। କିନ୍ତୁ କିଛି ଦିନ ପରେ ଏହି ଭିଡ଼ିଓ ଭାଇରାଲ ହେବା ସହ ନାବାଳିକାଙ୍କ ଘରେ ପହଞ୍ଚି ଯାଇଥିଲା। ଏହାପରେ ନାବାଳିକାଙ୍କ ଠାରୁ ସବୁ ଘଟଣା ଶୁଣିବା ପରେ ପରିବାର ଲୋକେ ଏକ ଏତଲା ଦେଇଥିଲେ। ତେବେ ପୋଲିସ ଏଥିନେଇ ଏକ ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।