ମା ସାଜିଲା ରାକ୍ଷସୀ, ନିଜ ୯ବର୍ଷ ଝିଅ ଓ ୫ବର୍ଷ ପୁଅକୁ କୂଅକୁ ଠେଲିଦେଇ ମାରିଦେଲା ମା, କାରଣ ଜାଣି ହୋଇଯିବେ ଚକିତ

 
Maa maridela

ବିଭିନ୍ନ କାରଣରୁ ଘଟୁଥିବା ପାରିବାରିକ କଲହର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହାର ଏକ ଉଧାହରଣ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଥିବା ଏକ ଅଭାବନୀୟ ଘଟଣା ଦର୍ଶାଇଛି। ଏଠାରେ ପାରିବାରିକ କଳହରୁ ଅତିଷ୍ଠ ହୋଇ ଜଣେ ମହିଳା ନିଜ ଜନ୍ମକଲା ଛୁଆଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାଇ ସ୍ବାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଆଲିମାହା ସାହିରେ ବସବାସ କରନ୍ତି। ଦୀର୍ଘଦିନ ହେବ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା। କିନ୍ତୁ ଗତକାଲି କୌଣସି କାରଣରୁ ଝଗଡ଼ା ଉଗ୍ର ରୂପ ନେଇଥିଲା। ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ। 

କିନ୍ତୁ, ପରେ ମାଆ ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମାହା ନିକଟସ୍ଥ ଏକ କୂଅକୁ ଠେଲି ଦେଇଥିବା ଏବଂ ମାରିବା ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିବା ଜଣାପଡିଥିଲା। ମାତ୍ର ୫ବର୍ଷର କୁନି ପୁଅ ଏବଂ ୯ବର୍ଷର ଝିଅକୁ ନିଜ ମାଆ ମରିଦେଇଥିବା ଘଟଣା ପ୍ରଘଟ ହେବାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।