ଦେଖନ୍ତୁ ଭିଡ଼ିଓ: କଣ ସତରେ ମଲ ବାହାରେ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିଥିଲା ପୋଲିସ୍? ଜାଣନ୍ତୁ ଭାଇରାଲ ଭିଡ଼ିଓର ସତ୍ୟତା….

 
ଦେଖନ୍ତୁ ଭିଡ଼ିଓ: କଣ ସତରେ ମଲ ବାହାରେ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିଥିଲା ପୋଲିସ୍? ଜାଣନ୍ତୁ ଭାଇରାଲ ଭିଡ଼ିଓର ସତ୍ୟତା….

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୋଲିସ ରାସ୍ତା କଡ଼ରେ ଥିବା ଏକ ମଲ ସମ୍ମୁଖରେ ଏକ ପ୍ରେମୀଯୁଗଳଙ୍କୁ ଗୁଳି କରି ଦେଉଛି, ଯାହା ପରେ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟୁଛି। ଘଟଣାସ୍ଥଳରେ ଭିଡିଓରେ ଅନେକ ଅନ୍ୟ ଲୋକ ମଧ୍ୟ ନଜର ଆସୁଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ ର ଅତିରିକ୍ତ ପୋଲିସ ଅଧୀକ୍ଷକ ରାହୁଲ ଶ୍ରୀବାସ୍ତବ ଏହାର ଯାଞ୍ଚ କରିଛନ୍ତି।

ଭିଡିଓ ସେୟାର କରି ରାହୁଲ ଶ୍ରୀବାସ୍ତବ ଲେଖିଛନ୍ତି, '# ଫ୍ୟାକ୍ଟ ଚେକ୍-ରେଷ୍ଟୁରାଣ୍ଟ ବାହାରେ ଜଣେ ପୋଲିସ୍ ଦ୍ୱାରା ହତ୍ୟା କରାଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ପ୍ରଶ୍ନ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।'  ସେ ଆହୁରି ମଧ୍ୟ ଲେଖିଛନ୍ତି, 'କାଫେ ମ୍ୟାନେଜରଙ୍କ ପାଖରେ ଯାଞ୍ଚ କରିବା ପରେ ହରିୟାଣାର କର୍ଣ୍ଣାଲରେ ଫ୍ରେଣ୍ଡସ୍ କାଫେ ବାହାରେ ସୁଟ୍ ହୋଇଥିବା ଏହା ଏକ ୱେବ୍ ସିରିଜର କିଛି ଭିଡିଓର ଅଂଶ ବୋଲି କହିଛନ୍ତି ଶ୍ରୀ ଶ୍ରୀବାସ୍ତାବ।


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଯୁବକ ଏବଂ ଜଣେ ପୋଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି ଏବଂ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଠେଲି ଦେଇ ଏବଂ ପରେ ସେ ବନ୍ଧୁକ ବାହାର କରି ସେହି ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଦେଉଛି। ଏହା ପରେ, ଯେତେବେଳେ ଉପସ୍ଥିତ ମହିଳା ଜଣକ ପୋଲିସ୍ ଉପରେ ପାଟି କରିବା ଆରମ୍ଭ କରନ୍ତି, ସେତେବେଳେ ପୋଲିସ୍ ତାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।