ସାଂଘାତିକ ଘଟଣା: ମହିଳା ଅଫିସରଙ୍କ ଘରେ ପଶି ହତ୍ୟା କଲା ଡ୍ରାଇଭର, ପୁରା ଘଟଣା ଜାଣି ହେବେ ତାଜୁବ୍
କର୍ନାଟକର ମହିଳା ଖଣି ଅଧିକାରୀଙ୍କୁ ହତ୍ୟା ମାମଲାରେ ତାଙ୍କର ପୂର୍ବତନ ଡ୍ରାଇଭର କୁ ଗିରଫ କରିଛି ପୋଲିସ । ତେବେ ଡ୍ରାଇଭର ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳି ନ ଥିବା ବେଳେ ପୋଲିସ ଡ୍ରାଇଭର କୁ ସନ୍ଦେହରେ ଗିରଫ କରିଛି ବୋଲି ଜଣା ପଡିଛି ।
ତେବେ ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ଖଣି ବିଭାଗର ଉପନିର୍ଦେଶକ ଥିବାରୁ ତାଙ୍କ ମୃତ୍ୟୁ ପଛରେ ମାଫିଆ ମାନଙ୍କର ହାତ ରହିଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରା ଯାଉଛି । ତେବେ ଏ ସବୁର ତଦନ୍ତ ଏବେ ଜାରି ରହିଛି ।
ଶନିବାର ମଧ୍ୟ ରାତ୍ରିରେ ବେଙ୍ଗାଲୁରୁର ସୁବ୍ରମଣ୍ୟମପୁରରେ ମହିଳା ଅଧିକାରୀଙ୍କ ମୃତ ଦେହ ତାଙ୍କ ଫ୍ଲାଟ୍ ରୁ ଉଦ୍ଧାର କରା ଯାଇଥିଲା । ମହିଳା ଅଧିକାରୀ ଜଣଙ୍କର ନାଆଁ ହେଉଛି ପ୍ରତିମା । ଏ ନେଇ ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ କହିଛନ୍ତି ମହିଳାଙ୍କ ମୃତ୍ୟୁ ପାଇଁ ସନ୍ଦେହରେ ରହିଥିବା ତାଙ୍କ ପୂର୍ବତନ ଡ୍ରାଇଭର୍ କୁ ଗିରଫ କରା ଯାଇଛି । ଡ୍ରାଇଭର ନାମ କିରଣ ଓ ତାଙ୍କ ଘର ଚାମ ନଗରରେ ବୋଲି ଜଣା ପଡିଛି ।
କିରଣ ପ୍ରାୟ ୫ ବର୍ଷ ଧରି ଖଣି ବିଭାଗରେ ଠିକା କର୍ମଚାରୀ ରୂପେ କାମ କରି ଆସୁଥିଲେ । ହେଲେ ତାଙ୍କୁ କୌଣସି କାରଣରୁ କିଛି ଦିନ ପୂର୍ବରୁ କାମରୁ ନିଲମ୍ବିତ କରା ଯାଇଥିଲା । ପୋଲିସର କହିବା ଅନୁସାରେ କିରଣଙ୍କୁ ଚାକିରୀରୁ କାଢି ଦେବା ପଛରେ ପ୍ରତିମାଙ୍କ ହାତ ରହିଛି ବୋଲି ସେ ଭାବୁ ଥିଲେ । ଯେଉଁଥି ପାଇଁ ରାଗରେ ଆସି ସେ ଏପରି କାଣ୍ଡ ଘଟାଇ ଥିବାର ସନ୍ଦେହ କରା ଯାଉଛି ।
କିନ୍ତୁ ଏ ନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ । ସନ୍ଦେହରେ ଗିରଫ କରା ଯାଇଥିବା ଡ୍ରାଇଭରକୁ ପଚରା ଉଚରା କରୁଛି ପୋଲିସ୍ । ଏ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ଦୁଃଖ ପ୍ରକାଶ କରିବା ସହିତ ଅଭିଯୁକ୍ତକୁ ଶୀଘ୍ର ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।