ରସୁଲଗଡ ଛକରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ରକ୍ତାକ୍ତ କଲା ଯୁବକ, ସବୁ ଦେଖି କେହି ପାଟି ଖୋଲିଲେନି, ଜାଣନ୍ତୁ ପୂରା ଘଟଣା

 
Mahila nku duskama

ବିଚ୍ ରାସ୍ତା ଉପରେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ କରିଲା ବଦମାସ୍, ଯୁବତୀ ଜଣକ ଚିଲ୍ଲାଇ ଚିଲ୍ଲାଇ ସାହାଯ୍ୟ ମଗୁଥିଲେ କିନ୍ତୁ, ଆଖପାଖରେ ଥିବା ଲୋକେ ସବୁକିଛି ଦେଖି ସୁଦ୍ଧା ଚୁପ ରହିଥିଲେ। ଏପରି ଏକ ଲଜ୍ଜାଜନକ ଏବଂ ଲୋମହର୍ଷକାରୀ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ ଘଟିଥିଲେ ହେଁ ଏହାକୁ ପୋଲିସ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

Rape

ମିଳିଥିବା ସୂଚନା ଅନୁଯାଇ ମଞ୍ଚେଶ୍ୱର ଥାନାକୁ ଲାଗି ରହିଥିବା ଶାହି ଏକ୍ସ୍‌ପୋର୍ଟ ନାମକ ଏକ ସୂତା କମ୍ପାନୀରେ ୨ ହଜାରରୁ ଅଧିକ ଯୁବତୀ ଓ ମହିଳା କାମ କରିଥାନ୍ତି। ମଙ୍ଗଳବାର ରାତି ୧୦ ଟାରେ ଡ୍ୟୁଟି ସରିବା ପରେ କିଛି ଯୁବତୀ ଓ ମହିଳା ଘରକୁ ଫେରୁଥିଲେ। ସେମାନେ ରସୁଲଗଡ଼ ଛକ ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁବକ ଜାଣିଶୁଣି ଜଣେ ଯୁବତୀଙ୍କୁ ଗାଡ଼ିରେ ଧକ୍କା ଦେଇଥିଲେ। ଯୁବତୀ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ବାଇକ୍‌ରୁ ଓହ୍ଲାଇ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ସେହିଠାରେ ମାଡି ବସିଥିଲା। ଅନ୍ୟ ଯୁବତୀମାନେ ଏହା ଦେଖି ସେଠାରୁ ପଳାଇଥିଲେ। ତେବେ, ପୀଡିତା କୌଶଳକ୍ରମେ ସେଠାରୁ ଖସିଯାଇ ପାଖ ମନ୍ଦିର ଭିତରକୁ ପସିଯାଇଥିଲେ ହେଁ ସେଠାରେ ମଧ୍ୟ ଯୁବକ ଜଣକ ଦୁଷ୍କର୍ମ ପ୍ରୟାସ କରିବା ସହ ମାଡ଼ ମାରି ରକ୍ତାତ କରି ଦେଇଥିଲା।

Rape attempt

ଘଟଣା ବିଷୟରେ ଖବର ପାଇ ପୋଲିସ ୨୦ ମିନିଟ ପରେ ପହଞ୍ଚିଥିଲେ ହେଁ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୋଲିସ ପୀଡିତାଙ୍କୁ ସାହାଯ୍ୟ କରିବା ବଦଳରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ, ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ଭୟରେ ଘରକୁ ଚାଲି ଯାଇଥିଲେ। ଏତେ ବଡ଼ ଘଟଣା ସଂପର୍କରେ ଥାନା ଅଧିକାରୀ କମିଶନର କି ଡିସିପିଙ୍କୁ ଜଣାଇନଥିବା ବେଳେ ଗଣମାଧ୍ୟମ ଆଗରେ ମଧ୍ୟ ମୁହଁ ଖୋଲୁନାହାଁନ୍ତି। ରସୁଲଗଡ଼ ଅଞ୍ଚଳରେ ଏପରି ଘଟଣା ପ୍ରାୟତଃ ଘଟୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ କହିଛନ୍ତି।