ଦେଖନ୍ତୁ ଭିଡ଼ିଓ: ମୃତ ବ୍ୟକ୍ତିଙ୍କ ଶବ ନେବାକୁ ନେଇ ଡାକ୍ତରଖାନାରେ ଘଟିଲା କାଣ୍ଡ, ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲେ ଡାକ୍ତର ଏବଂ…..

 
Accused doctor

ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ଆକାଶ ଛୁଆଁ ହୋଇଥିବା ବେଳେ, ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରି ପରିସ୍ଥିତିରେ ଲୋକମାନଙ୍କ ପାଇଁ ଭଗବାନ ସାଜିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ।

କିନ୍ତୁ ବେଳେ ବେଳେ କିଛି ଏପରି ଡାକ୍ତରମାନେ ମଧ୍ୟ ଅଛନ୍ତି ଯେଉଁମାନେ ନିଜ କାମରେ ବେସ୍ତ ଥିବା ବେଳେ ସେମାନେ ନିଜର ମାନବିକତା ମଧ୍ୟ ଭୁଲି ଯାଇଥାନ୍ତି। ତେବେ ମଧ୍ୟପ୍ରଦେଶର ବଲଘଟ୍ ଅଞ୍ଚଳରେ ଏହିପରି କିଛି ଦୃଶ୍ୟ ସାମ୍ନା କୁ ଆସିଛି, ଯେଉଁଠାରେ ଜଣେ ମୃତ ବ୍ୟକ୍ତିଙ୍କ ଶବ

Credit : KNews odisha

ନେବାକୁ ନେଇ ସମ୍ପର୍କୀୟ ମାନଙ୍କ ଉପରେ ହାତ ଉଠାଇଛନ୍ତି ଡାକ୍ତର।

ଏହି ଭିଡ଼ିଓ ରେ ସମ୍ପୂର୍ଣ୍ଣ ଭାବରେ ଏହା ଦେଖା ଯାଉଛି ଯେ ଶବ ନେବାକୁ ନେଇ ମୃତକଙ୍କ ସମ୍ପର୍କୀୟ ଡାକ୍ତରଖାନାରେ ପଚରା ଉଚରା କରୁଥିବା ବେଳେ ଜଣେ ଡାକ୍ତର ସେଠାକୁ ଉତକ୍ଷିପ୍ତ ହୋଇ ଆସି ସେମାନଙ୍କୁ ମାଡ଼ ମାରୁଛନ୍ତି। 

ତେବେ ଏହା ବିଷୟରେ ଡାକ୍ତରଖାନାର ମୁଖ୍ୟଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ,'ମୃତକ ଜଣକ କରୋନା ହେତୁ ମୃତ୍ୟୁ ବରଣ କରିଥିବାରୁ ତାଙ୍କର ଶବ ଦେବାକୁ କିଛି ସମୟ ଲାଗିଥାଏ, କିନ୍ତୁ ଏଠାରେ ମୃତକଙ୍କ ପରିବାର ଲୋକେ ପାଟି ତୁଣ୍ଡ କରିବାରୁ ଏପରି ଘଟଣା ଘଟିଛି"। ତେବେ ଡାକ୍ତର ଓ ଡାକ୍ତରଖାନାର ରୋଗୀମାନଙ୍କ ପ୍ରତି ଏପରି ମନୋଭାବ କେତେ ଯେ ଠିକ୍ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି।