ଡିଜେ ଆଜେକ୍ସଙ୍କ ପ୍ରେମିକା କହିଥିଲେ "ଆଜି ପରେ ମୋ ଏକ୍ସ ବଏ-ଫ୍ରେନ୍ଡ ରଶ୍ମିକୁ ଦେବି ମୋର ସବୁ ରାତି, ଏଇଟା ତୋ ସହିତ OYO ରେ ମୋର ଶେଷ ରାତି

 
dj_case

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପଡିଛି ପୂର୍ଣ୍ଣଚ୍ଛେଦ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଡିଜେ ଆଜେକ୍ସ ବା ଅକ୍ଷୟ ମହାରଣାଙ୍କ ବେକରେ ଥିବା ଦାଗରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ସୁଇସାଇଡ କରିଛନ୍ତି।

ଅନ୍ୟପଟେ ଏନେଇ ଅକ୍ଷୟଙ୍କ ପରିବାର ଲୋକ ଆଣିଥିବା ଅକ୍ଷୟଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗକୁ ପୋଲିସ ୩୦୬ ଆତ୍ମହତ୍ୟା ପାଇଁ ଉସୁକାଇବା ଓ ୩୪ ଆଇପିସିରେ ଜଣକରୁ ଏକାଧିକ ଲୋକ ସାମିଲ ଥିବା ଆଧାରରେ ପୋଲିସ ତଦନ୍ତ କରୁଛି। ଏନେଇ ଅକ୍ଷୟଙ୍କ ପରିବାର‌ ଲୋକଙ୍କୁ ଏଫଆଇଆର କପି ହସ୍ତାନ୍ତର‌ କରିଛି ପୋଲିସ୍।

DJ Azex

ଅନ୍ୟପକ୍ଷରେ ବ୍ୟାଙ୍କ ଆକାଉଣ୍ଟରୁ ଡିଜେ ଆଜେକ୍ସ କେତେ ଟଙ୍କା ତାଙ୍କ ପ୍ରେମିକାକୁ ପଠାଇଛନ୍ତି। କେତେ ରାତି ଓୟୋରେ ରାତି କାଟିଛନ୍ତି ଓ ହୋଟେଲରେ ସମୟ ବିତାଇଛନ୍ତି। ତେଣୁ ସବୁ ଯାଞ୍ଚ ହେଲେ ଜଣା ପଡ଼ିବ, କିପରି ସେ ଝିଅ ଆଜେକ୍ସକୁ ନିଜ ଫାଇଦା ପାଇଁ ବ୍ୟବହାର କରୁଥିଲେ। ଶେଷରେ ଅନ୍ୟ ସହ ପ୍ରେମରେ ଥାଇ ମାନସିକ ଚାପ ଦେଇ ଫଟୋ ଓ ଭିଡିଓ ଜରିଆରେ ଇମୋସନାଲ ବ୍ଲାକମେଲ କରୁଥିଲେ।

ତେବେ ଅକ୍ଷୟ ପ୍ରେମିକାଙ୍କୁ ୧୫ ହଜାର ଟଙ୍କା ପଠାଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏଥିସହିତ ଅକ୍ଷୟଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କାର ନେଣଦେଣ କରାଯାଇଥିବା କୁହାଯାଉଛି। ଆତ୍ମହତ୍ୟା ପୂର୍ବରୁ ଡିଜେ ଆଜେକ୍ସ ତାଙ୍କ ପ୍ରେମିକାକୁ କହିଛନ୍ତି ଯେ, ଭବିଷ୍ୟତରେ ଟଙ୍କା, ସୁନା ଗହଣା ସବୁ କିଛି ପାଇବ, କିନ୍ତୁ ମୋତେ ଆଉ ପାଇବ ନାହିଁ।