ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ରେ କେମିତି ହେଲା ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ? କଲେଜ ଉପରେ ଅଭିଯୋଗ ଆଣିଲେ ବାପା
ବଢ଼ିଲା ଝିଅର ଫୋଟୋକୁ ଧରି ବୁକୁ ଫଟାଇ କାନ୍ଦୁଛି ବାପ। ଲୁହଭରା ଆଖିରେ କହୁଛି ମୋ ଝିଅକୁ ଭୁବନେଶ୍ୱର ପଠାଇବା ଭୁଲ ହୋଇଗଲା, ଯେଉଁଥିପାଇଁ ଆଜି ମୋ ଝିଅ ଆରପାରିକୁ ଚାଲିଯାଇଛି। ଭୁବନେଶ୍ୱରରେ ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ସେଠାରେ ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଥିଲା।
ରାଜଧାନୀ ଭରତପୁର ଅଞ୍ଚଳରେ ଥିବା ଏକ ଘରୋଇ ଡେଣ୍ଟାଲ୍ କଲେଜରେ ଏଭଳି ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା। ମୃତକା ଛାତ୍ରୀଙ୍କ ନାମ ମୌହନି ଦାସ ବୋଲି ଜଣାପଡ଼ିଛି। ସେ କୋଲକତାର ବାସିନ୍ଧା ହୋଇଥିବା ବେଳେ ଏଠାକୁ ଡାକ୍ତରୀ ପାଠ ପଢିବାକୁ ଆସିଥିଲେ। ପାଠ ପଢାପଢି ସବୁ ଠିକ୍ ଚାଲିଥିବା ବେଳେ ଅଚାନକ ବନ୍ଦ ରୁମ୍ ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ମୌହନି ଡେଣ୍ଟାଲ୍ କଲେଜରେ ଦ୍ଵିତୀୟ ବର୍ଷର ଛାତ୍ରୀ ହୋଇଥିବା ବେଳେ ମୃତ୍ୟୁ ପୂର୍ବରୁ ଘରକୁ ଫୋନ କରି କଥା ହୋଇଥିଲେ। ସେତେବେଳେ ସାଧାରଣ ଭାବରେ ବ୍ୟବହାର କରିଥିବା ବେଳେ ଏବେ ତାଙ୍କର ଅଚାନକ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରିନାହାଁନ୍ତି।
କଲେଜ ହିଁ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି ମୋୖହନିଙ୍କ ବାପା। ତେବେ, ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।
ଆହୁରି ପଢ଼ନ୍ତୁ:- ୧୫ ଦିନରୁ ହୋଇପାରୁନଥିଲା ମର୍ଡର ର ଖୁଲାସା, ଗୋଟେ କଣ୍ଡୋମ୍ ଏମିତି ଖୋଲିଦେଲା ମୃତ୍ୟୁର ରହସ୍ୟ, ଜାଣନ୍ତୁ ପୂରା ଘଟଣା