ଦେହ ଦେଖାଇ କଳା କନା କୁଲାଇଲେ ଏହି ଯୁବତୀ, ବିବାହ ପ୍ରତିଶୃତି ଦେଇ ଠକି ନେଲେ ଏକ କୋଟି ଟଙ୍କା, ଜାଣନ୍ତୁ ପୁରା ଘଟଣା

 
Matrimony

ବିଭିନ୍ନ ସୋସିଆଲ ମିଡ଼ିଆରେ ଆମେ ଅନେକ ସମୟରେ ଅଜଣା ଲୋକଙ୍କ ସହିତ ସଂପର୍କରେ ଆସିଥାଉ। ହେଲେ ଏହା ବେଳେ ବେଳେ ଆମକୁ ବିପଦକୁ ଟାଣି ନିଏ।ବୁଝି ବିଚାରି କାମ ନ କଲେ ଏପରି ହିଁ ହୁଏ। ତେଣୁ କରି କୌଣସି ଅଜଣା ଲୋକ ସହିତ ସମ୍ପର୍କ ଯୋଡିବା ପୁର୍ବରୁ ଉକ୍ତ ବ୍ୟକ୍ତିର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତୁ।ସବୁ କିଛି ଠିକ୍ ଠାକ୍ ଥିଲେ ହିଁ ଆଗକୁ ବଢନ୍ତୁ।

ଏବେକା ସମୟରେ ସୋସିଆଲ ମିଡ଼ିଆରେ ଠକେଇ ଏକ ସାଧାରଣ କଥା ହୋଇ ଗଲାଣି। ହେଲେ ଆପଣ ଯେପରି ଏହାର ଶୀକାର ନ ହୁଅନ୍ତି ସେଥି ପାଇଁ ସାବଧାନ ରୁହନ୍ତୁ। କାରଣ ଆମେ ଆପଣଙ୍କୁ ଏକ ଏପରି ଠକେଇ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତେବେ ଆସନ୍ତୁ ଜାଣିବା।

Fft

ଏପରି ଏକ ଠକେଇରେ ପଡିଛନ୍ତି ଅହମଦାବାଦର ଏକ ଇଂଜିନିୟର। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଯୁବକ ଜଣକଙ୍କ ନାମ ହେଉଛି କୁଲଦୀପ ପଟେଲ।ସେ ଗାନ୍ଧୀନଗର ର ଏକ କମ୍ପାନୀରେ କାମ କରନ୍ତି। ଏକ ମ୍ୟାଟ୍ରିମୋନିଆଲ ସାଇଟ ରେ କୁଲଦୀପ ଭେଟନ୍ତି ଏକ ସୁନ୍ଦରୀ ଯୁବତୀକୁ। ଯୁବତୀ ତାଙ୍କ ନାମ ଆଦିତି ବୋଲି କହିଥିଲେ। କଥା ବିଭାଘର ପର୍ଯ୍ୟନ୍ତ ବି ପହଞ୍ଚି ଥିଲା।

ଯୁବତୀ ଜଣକ କୁଲଦିପଙ୍କୁ କହିଥିଲେ ଯେ ତାଙ୍କର ଆମଦାନୀ ଓ ରତ୍ପାନୀର ବ୍ୟବସାୟ ରହିଛି।ଏଥିରେ ଅଧିକ ଲାଭ ପାଇଁ ବେନୋଫାଇନରେ ନିବେଶ କରିବାକୁ ପଡ଼ିବ। କୁଲଦୀପ ଙ୍କ ବିଶ୍ୱାସ ଜିତିବା ପାଇଁ ଆଦିତି ପ୍ରଥମେ ବେନୋଫାଇନରେ ଗ୍ରାହକ ସେବା ଅଧିକାରୀଙ୍କ ସହିତ କଥା ମଧ୍ୟ ହୋଇଥିଲେ। ଏବଂ ପରେ କୁଲଦୀପ ଙ୍କ ନାମ ଉକ୍ତ ୱେବସାଇଟ ରେ ପଞ୍ଜୀକୃତ ବି କରାଇଥିଲେ।

Matrimony

ଏତିକି ନୁହେଁ ସେ କୁଲଦୀପ ଙ୍କୁ କ୍ରିପ୍ଟୋ କରେନ୍ସି ରେ ବି ବିନିଯୋଗ କରିବାକୁ କହିଥିଲେ। ପ୍ରଥମ ଥର କୁଲଦୀପ ଏକ ଲକ୍ଷ ଟଙ୍କା ନିବେଶ କରିଥିଲେ। ଯାହାର ଲାଭ ୭୮USD ମଧ୍ୟ ତାଙ୍କ ଖାତାକୁ ଆସିଥିଲା। ଅଧିକ ଫାଇଦା ପାଇବା ଆଶାରେ ସେ ଜୁଲାଇ ୨୦ ରୁ ଅଗଷ୍ଟ ୩୧ ମଧ୍ୟ ରେ ୧୮ ଥର ନିବେଶ କରିଛନ୍ତି। ଡିସେମ୍ବର ୩ତାରିଖରେ ସେ ଦୁଇ ଲକ୍ଷ ୫୯ ହଜାର ଉଠାଇବାକୁ ଚେଷ୍ଟା କରିବାରୁ ତାଙ୍କ ଆକାଉଣ୍ଟ ସ୍ଥଗିତ ରଖା ଯାଇଛି ବୋଲି ସଂସ୍ଥା ତରଫରୁ କୁହା ଯାଇଥିଲା। ଏବଂ ପଇସା ଉଠାଇବାକୁ ହେଲେ ତାଙ୍କୁ ଆଉ ୩୫ ଲକ୍ଷ ଜମା କରିବାକୁ ପଡ଼ିବ ବୋଲି କୁହା ଯାଇଥିଲା।

ଏହା ପରେ ସେ ଆଦିତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ଆଦିତି ଫେରାର ବୋଲି ଜଣା ପଡିଥିଲା। ଏ ନେଇ କୁଲଦୀପ ସାଇବର ଡିପାର୍ଟମେଣ୍ଟ ରେ ଅଭିଯୋଗ ମଧ୍ୟ କରିଛନ୍ତି ଯାହାକୁ ନେଇ ତଦନ୍ତ ଜାରି ରହିଛି।