କୋଭିଡ଼ କେୟାରରୁ ପ୍ରେମ: ଶାରୀରିକ ସମ୍ୱନ୍ଧ କରିବା ପରେ ଏହି କାରଣରୁ ଛାଡି ଚାଲିଗଲା ନାବାଳକ ପ୍ରେମିକ ଏବଂ….

 
Duped

କୋଭିଡ ଡ୍ୟୁଟି ସମୟରେ ଦୁଇ ଅଟେଣ୍ଡାଣ୍ଟଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, କିଛି ଦିନ ଲିଭ-ଇନ୍ ରେ ରହିବା ପରେ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଗଲା ନାବାଳକ ପ୍ରେମିକ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ତେବେ ପିଡ଼ିତା ଜଣକ ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ଖୋଳତାଡ଼ କରିଥିଲା। କିନ୍ତୁ ତଦନ୍ତ ବେଳେ ଅଭିଯୁକ୍ତ ପୁରୁଷ ଅଟେଣ୍ଡାଣ୍ଟ ଜଣକ ନାବାଳକ ବୋଲି ଜଣାପଡିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ଘଟଣା ମୁତାବକ ବ୍ରହ୍ମପୁରର ଏକ କୋଭିଡ୍‌ କେୟାର ସେଣ୍ଟର୍‌ରେ ଉପରୋକ୍ତ ଦୁଇ ଜଣ ନିଯୁକ୍ତି ପାଇଥିଲେ। ସେଠାରେ ଉଭୟଙ୍କର ଦେଖା ହେବାପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Arrested

ଏପରିକି ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ପ୍ରାୟ ୮ ମାସ ହେବ ଭଡ଼ା ଘରେ ଉଭୟ ଏକାଠି ରହୁଥିଲେ। କିନ୍ତୁ ସେମାନଙ୍କ ଭିତରେ ଧିରେ ଧିରେ ମନୋମଳିନ୍ୟ ଦେଖାଦେବାରୁ ପୁଅଟି ପ୍ରେମିକକୁ ଏକା ଛାଡି ଫେରାର ହୋଇଯାଇଥିଲା। ଏହାର କିଛି ଦିନ ପରେ ପିଡ଼ିତାରା ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଥିଲା। ତେବେ ଶନିବାର ଅଭିଯୁକ୍ତକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଉପସ୍ଥିତ କରି ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଜଣେ ନାବାଳକକୁ କୋଭିଡ ଅଟେଣ୍ଡାଣ୍ଟ ଭାବରେ କିପରି ନିଯୁକ୍ତ କରାଗଲା ସେଥିନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।