ପାରିବାରିକ କଳହ! ସ୍ୱାମୀ ସ୍ତ୍ରୀ କୁ ମାଡ଼ ମାରିବାରୁ ରାଗିଯାଇ ସ୍ତ୍ରୀ କାଟିଦେଲା ସ୍ୱାମୀର ଯୌନାଙ୍ଗ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Swami stree

ପରିବାର କଳହ କୁ ନେଇ ଘଟିଯାଇଛି ଲଙ୍କାକାଣ୍ଡ। ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଏକ ଦମ୍ପତ୍ତିଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ହିଂସାକାଣ୍ଡରେ ମହିଳାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପାଲଟା ଆକ୍ରମଣରେ ସେ ନିଜ ସ୍ୱାମୀର ତଣ୍ଟି ଏବଂ ଯୌନାଙ୍ଗ କୁ କ୍ଷତାକ୍ତ କରିଦେଇଥିବା ଜଣାପଡିଛି।

Husband

ପୁରା ଘଟଣା ଅନୁଯାଇ ବାଘନଟି ଗାଁର ଓରାସାହିରେ ଅମୂଲ୍ୟ ଜେନା ଏବଂ ତାଙ୍କ ସ୍ତ୍ରୀ ସୁଲୋଚନା ଜେନା ରୁହନ୍ତି। ପଡ଼ୋଶୀଙ୍କ କହିବା ଅନୁଯାଇ ଦମ୍ପତ୍ତିଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହୋଇଥାଏ। କିନ୍ତୁ, ଆଜି ସେମାନଙ୍କ ମଧ୍ୟରେ ଝଗଡ଼ା ପ୍ରଚଣ୍ଡ ରୂପ ନେଇଥିଲା। ପ୍ରଥମେ ସ୍ୱାମୀର ଠେଙ୍ଗା ପାହାରରେ ସୁଲୋଚନାଙ୍କର ଦାନ୍ତ ଝଡ଼ିଯିବା ସହ ମୁଣ୍ଡରେ ଆଘାତ ଲାଗିଥିଲା।

Pati patni khagda

ଜବାବରେ ସୁଲୋଚନା ଚାଳରେ ଖୋସା ହୋଇଥିବା ଏକ ଦାଆରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ଅମୂଲ୍ୟଙ୍କର ତଣ୍ଟି କଟିଯିବା ସହ ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପାଟିତୁଣ୍ଡ ଶୁଣି ଗାଁ ଲୋକେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏଥିନେଇ ଚାନ୍ଦବାଲି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ, ଡାକ୍ତରଖାନାରେ ସୁଲୋଚନାଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।