ମଇଁଷି ବଞ୍ଚାଇଲା ଇଜ୍ଜତ ! ଦୁଷ୍କର୍ମକାରୀଙ୍କ ଠାରୁ ମହିଳାଙ୍କୁ ବଞ୍ଚାଇବାର ପୁରା ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
baffalo help

ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷର ସହାୟତା କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଦୁଷ୍କର୍ମ କରିବାକୁ ଆସିଥିବା ୨ ଜଣ ଦୁର୍ବୁତ୍ତଙ୍କ ଠାରୁ ଜଣେ ମହିଳାଙ୍କୁ ରକ୍ଷା କରିଛି ଏକ ମଇଁଷି। ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହିପରି ଏକ ଘଟଣା ବେଙ୍ଗାଳୁରୁର ହବେରୀ ଜିଲ୍ଲାରେ ଦେଖିବାକୁ ମିଳିଛି।

ହାଭେରୀ ଜିଲ୍ଲାର ସାଭାନୁର ତହସିଲର ହେରେମାରାହଲ୍ଲୀ ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ପୋଲିସ ଦେଇଥିବା ସୁଚନା ଅନୁଯାଇ ହିରେମାରାହଲ୍ଲୀର ଜଣେ ୩୦ ବର୍ଷୀୟା ମହିଳା ଗାଁର ଗୃହପାଳିତ ପଶୁମାନଙ୍କୁ ଚରାଇବା ପାଇଁ ନେଇଥାନ୍ତି।  ନୀଳଗିରିର ପାହାଡିଆ ଅଞ୍ଚଳରେ ଗାଈ ଚରାଉଥିବା ବେଳେ ଅଭିଯୁକ୍ତ ବାସଭାରାଜ (୩୪) ଏବଂ ପର୍ଶୁରାମ (୩୨) ଠିକଣା ମାଗିବା ବାହାନା କରି ମହିଳାଙ୍କୁ ଏକ ମନ୍ଦିର ପଛକୁ ଟେକି ନେଇଥିଲେ। ସେଠାରେ ଉଭୟେ ତାଙ୍କୁ ଜବରଦସ୍ତ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ।

ସହାୟତା ପାଇଁ ମହିଳାଜଣକ ଚିଲ୍ଲାଉଥିବା ବେଳେ ହଠାତ ସେଠାରେ ଏକ ମଇଁଷି ପହଞ୍ଚି ଯାଇଥିଲା। ମଇଁଷିଟି ସେଠାରେ ପହଞ୍ଚି ନିଜ ସିଙ୍ଘରେ ଉଭୟ ଦୁର୍ବୁତ୍ତଙ୍କ ଉପରକୁ ଆକ୍ରମଣ କରିଥିଲା। ମଇଁଷିଟିର ଏଭଳି ଅତର୍କିତ ଆକ୍ରମଣରେ ଆହତ ହୋଇ ଦୁହେଁ ସେଠାରୁ ଖସି ପଳାଇଥିଲେ। ପରେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସବାନୁର ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡିଛି।