ଚଉଠି ରାତିରେ ଶ୍ୱଶୁର ଘରୁ ଟଙ୍କା ଅଳଙ୍କାର ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ, ପୂରା ଘଟଣା ଜାଣି ହେବେ ଚକିତ

 
ଚଉଠି ରାତିରେ ଶ୍ୱଶୁର ଘରୁ ଟଙ୍କା ଅଳଙ୍କାର ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ, ପୂରା ଘଟଣା ଜାଣି ହେବେ ଚକିତ

ବୈଦିକ ରୀତିରେ ହୋଇଥିଲା ବାହାଘର। ସାତ ଜନ୍ମ ପାଇଁ ଉଭୟେ ସାଥି ହୋଇ ରହିବାର ପ୍ରତିଜ୍ଞା ମଧ୍ୟ କରିଥିଲେ। କିନ୍ତୁ ଚଉଠି ରାତିରେ ସବୁ ସ୍ୱପ୍ନକୁ ଗୋଡ଼ରେ ଏଡ଼ାଇ ଦେଇ ଘର ଛାଡ଼ି ପଳାଇଲା ନବବଧୂ। ବଲିଉଡ଼ ଫିଲ୍ମ ‘ଡଲି କି ଡୋଲି’ର କଥା ବସ୍ତୁ ପରି ଗଲାବେଳେ ଶାଶୂ ଘରୁ ନେଇଗଲା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା।

ଏହିପରି ଏକ ଆଶ୍ଚର୍ଯ୍ୟଜଣକ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ବର ଠାରେ। ଡୁମୁଡୁମା ରଘୁନାଥନଗର ରେ ରହୁଥିବା ସନ୍ତୋଷ ବାରିକ(ଛଦ୍ମନାମ) ଆଇଗଣିଆ ଫୁଲେଶ୍ୱର ବସ୍ତିରେ ରହୁଥିବା ମାମା (ଛଦ୍ମନାମ) ଙ୍କୁ ଗତ ୭ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ।

ତେବେ ସେମାନଙ୍କର ଚଉଠି ରାତିରେ ଅର୍ଥାତ ୧୦ ତାରିଖ ଦିନ ରାତିରେ ମାମା ମୁଣ୍ଡ ବିନ୍ଧିବାର ବାହାନା କରି ସନ୍ତୋଷଙ୍କୁ ବାହାରକୁ ଯିବାକୁ କହିଥିଲେ। ପରଦିନ ସକାଳେ ଘର ଲୋକେ ଡାକିବାରୁ ସେ କବାଟ ଖୋଲି ନଥିଲେ, ଶେଷରେ ଘରଲୋକେ କବାଟ ଭାଙ୍ଗି ବିତରକୁ ପଶିଥିଲେ। ସେଠାରେ ମାମା ନଥିବା ବେଳେ ଘରୁ ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗତ ଟଙ୍କା ମଧ୍ୟ ଗାୟବ ଥିଲା।

ତେବେ ଘର ଲୋକେ କିଛି ଦିନ ପର୍ଯ୍ୟନ୍ତ ମାମାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ସେ ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତନାଘନା କରିଥିଲା ଏବଂ ସେଠାରେ ଘର ଝରକା ଭଙ୍ଗା ଯାଇଥିବା ସହ ଘରୁ ୩ ଭରି ସୁନା ଏବଂ ୫୦ ହଜ଼ାର ଟଙ୍କା ବ୍ୟାଗ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମଜନିତ କାଣ୍ଡ ବୋଲି ପୋଲିସ ସନ୍ଦେହ କରିଛି।