ବାହା ହେବା ପାଇଁ ବିକଳ ହୋଇ ଫସିଗଲେ ଯୁବକ, ଚଉଠି ରାତିରେ କନ୍ୟା କରିଗଲା ବଡ଼ କାଣ୍ଡ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Bohu

ବାହା ହେବା ପାଇଁ ବିକଳ ହୋଇ ଫସିଗଲେ ଯୁବକ। ଚଉଠି ରାତିରେ ଘରେ କଳାକନା ବୁଲାଇ ଫେରାର ହୋଇଗଲା ନବବିବାହିତା ସ୍ତ୍ରୀ। ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର ଅତ୍ରୋଲି ଅଞ୍ଚଳରେ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ବଡ଼ କଥା ହେଉଛି ଗତ ୫ ମାସ ଭିତରେ ଉକ୍ତ ଅଞ୍ଚଳରେ ଏହା ଦ୍ଵିତୀୟ ଘଟଣା ଘଟିଥିଲେ ହେଁ ପୋଲିସ ଲୁଟେରା ଯୁବତୀଙ୍କର କୌଣସି ସୁରାକ ପାଇ ପାରିନାହିଁ।

Bride

ମିଳିଥିବା ସୂଚନା ଅନୁଯାଇ ଉତ୍ତରପ୍ରଦେଶର ଅତ୍ରୋଲି ଅଞ୍ଚଳର ଏହି ଯୁବକ ଜଣକଙ୍କର ବୟସ ପ୍ରାୟ ୩୦ ବର୍ଷ ହୋଇ ଯାଇଥିଲେ ହେଁ ତାଙ୍କର ବିବାହ ହୋଇପାରିନଥିଲା। ଏହାରି ଭିତରେ ଜଣେ ସାଙ୍ଗ ତାଙ୍କର ବିବାହ ଦିଲ୍ଲୀରେ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବିବାହ କରିବାକୁ ହେଲେ ତାଙ୍କୁ ବିବାହର ସମସ୍ତ ଖର୍ଚ୍ଚ ସହିତ କନ୍ୟା ପକ୍ଷଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସର୍ତ୍ତ ରଖିଥିଲେ। ଯୁବକ ଜଣକ ଏହି ସର୍ତ୍ତରେ ରାଜି ହେବା ସହ କନ୍ୟାକୁ ଦେଖିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।

Ferar

ସେଠାରେ ପ୍ରଥମ ଦେଖାରେ ଝିଅ ପସନ୍ଦ ହେବାପରେ କନ୍ୟା ପକ୍ଷଙ୍କୁ ତୁରନ୍ତ ଅଢ଼େଇ ଲକ୍ଷ ଟଙ୍କା ନଗଦ ଦେଇଥିଲେ ଏହି ଯୁବକ। ପୂର୍ବରୁ ହୋଇଥିବା କଥା ଅନୁଯାଇ ଉଭୟଙ୍କର ଦିଲ୍ଲୀଠାରେ ହିଁ କୋର୍ଟ ମ୍ୟାରେଜ୍ ସମ୍ପନ୍ନ ହୋଇଥିଲା। ଶାଶୂ ଘରକୁ ଆସିବା ସମୟରେ ଝିଅଟି ପେଟ ଯନ୍ତ୍ରଣା ହେଉଥିବା କହି ଘର ଭିତରେ ବିଶ୍ରାମ ନେଇଥିଲା। ଚଉଠି ରାତି ଦିନ ବରକୁ କନ୍ୟା କୌଣସି ନିଶା ଦ୍ରବ୍ୟ ମିଶା ଯାଇଥିବା କ୍ଷୀର ପିଇବାକୁ ଦେଇଥିଲା। ବର ସେହିଠାରେ ବେହୋସ ହୋଇଯିବା ପରେ କନ୍ୟା ସବୁ ଟଙ୍କା ଏବଂ ସୁନାଗହଣା ସହିତ ଫେରାର ହୋଇଯାଇଥିଲା। ବରପକ୍ଷରୁ ଏଥିନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।