ପ୍ରେମିକ ନାଁରେ ସିନ୍ଦୂର ପିନ୍ଧୁଥିଲା ଝିଅ, ବୁଝେଇବା ସତ୍ତ୍ଵେ ନମାନିବାରୁ‌ ତଣ୍ଟି ଚିପି ମାରିଦେଲା ମା, ପୂରା ଘଟଣା ଜାଣି ହେବେ ତାଜୁବ୍

 
Maa jhia

ପ୍ରେମ ଭଲପାଇବା ପାଇଁ ଆଜିକାଲି ଯୁବପିଢି କିଛି ବି କରିବାକୁ ପଛାଉ ନାହାନ୍ତି। ପ୍ରେମ ପରେ ଧୋକା ଆଜିକାଲି ଯୁବପିଢି ପାଇଁ ସାଧାରଣ କଥା ହୋଇ ସାରିଲାଣି।ତେବେ ଉତ୍ତରପ୍ରଦେଶର ଇଟାୱାଠାରୁ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ପାଇଁ ଝିଅକୁ ମା ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ପୋଲିସ ଆଜି ହତ୍ୟାକାଣ୍ଡ ପାଇଁ ଏକ ମାଆକୁ ଗିରଫ କରିଛି।

ସୂଚନାଯୋଗ୍ୟ ଅଗଷ୍ଟ 28 ରେ ଝିଅର ମା କହିଥିଲେ ଯେ ତାଙ୍କ ବଡ଼ ଝିଅ ତା ଭଉଣୀ ସହିତ ମେଡିସିନ କିଣିବାକୁ ଯାଇଥିଲେ ଏବଂ ଘରକୁ ଫେରିବା ପରେ ସେ ଦେଖିଲେ ଯେ ବଡ଼ ଝିଅ ପ୍ରିୟଙ୍କା ନିଜ ମଥାରେ ସିନ୍ଦୂର ଦେଇ ବିବାହ କରିବା ପାଇଁ ଜିଦ୍‌ ଧରିଛି ଏବଂ ସେ ତାର ବଏଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛି। ଯାହା ପରେ ମା ଝିଅ ମଧ୍ୟରେ ଖୁବ୍ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମା ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ଟାଙ୍ଗିଦେଇଥିଲେ।

Maa jhia

ମୃତ୍ୟୁ ପରେ ପରିବାର ଲୋକ ଜାଣିଶୁଣି ପ୍ରେମିକ ରାଜକୁମାର ଏବଂ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ହତ୍ୟା ପଛରେ ପ୍ରକୃତରେ ପ୍ରିୟଙ୍କାଙ୍କ ପରୁଷ ବନ୍ଧୁ ନୁହେଁ ବରଂ ତାଙ୍କର ମା ନିର୍ମଳା ଦେବୀ ହିଁ ସଂପୃକ୍ତ ଅଛନ୍ତି। ପରେ ତାଙ୍କୁ ରେଲଓ୍ବେ ପୋଲ୍‌ ନିକଯରୁ ଗିରଫ କରିଛି ପୋଲିସ। ସେପଟେ ପ୍ରିୟଙ୍କାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିବା ପରେ ଛାଡିଛି ପୋଲିସ।

Fhasi

ଏଥିସହ ଗିରଫ ମହିଳା ଜଣକ କହିଛନ୍ତି ଯେ ତାଙ୍କ ଝିଅ ଗାଁର ରାଜକୁମାରଙ୍କ ସହ ପ୍ରେମ ସମ୍ପର୍କରେ ଥିଲା, ଯାହାକୁ ପରିବାରର ସମସ୍ତ ସଦସ୍ୟ ବିରୋଧ କରିଥିଲେ, କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ ଏବଂ ବାରମ୍ବାର ମଥାରେ ପ୍ରେମିକ ପାଇଁ ସିନ୍ଦୁର ପିନ୍ଧୁଥିଲା। ଯାହାକୁ ମା ’ବିରୋଧ କରିଥିଲେ। ଏଥିସହିତ କ୍ରୋଧରେ ସେ ପ୍ରିୟଙ୍କାଙ୍କୁ ଖଟ ଉପରେ ଠେଲି ଦେଇ ଗଳା ଚିପି ହତ୍ୟା କରିଥିଲେ, ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ। ମହିଳାଙ୍କ ଏହି କାର୍ଯ୍ୟକୁ ଲୁଚାଇବା ଏବଂ ପୋଲିସରୁ ରକ୍ଷା ପାଇବା ପାଇଁ ପ୍ରେମିକ ଉପରେ ହତ୍ୟା ଓ ଫାଶୀର ଷଡ଼ଯନ୍ତ୍ର କରି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୋଲିସର ଗଭୀର ପଚରାଉଚରା ବେଳେ ଏହା ସ୍ପଷ୍ଟ ହୋଇଛି ଯେ ଏହି ହତ୍ୟାକାଣ୍ଡ ତାଙ୍କ ମା ବ୍ୟତୀତ ଅନ୍ୟ କେହି କରିନାହାଁନ୍ତି। ଗିରଫ ମହିଳାଙ୍କୁ ଜେଲକୁ ପଠାଯାଇଥିଲା।