ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ, ପ୍ରମାଣ ନଷ୍ଟ କରିବାକୁ ଶାଶୁ ଓ ଶ୍ୱଶୁର କଲେ ଭୟଙ୍କର କାମ, ଜାଣନ୍ତୁ ପୁରା ଘଟଣା
Aug 1, 2024, 15:03 IST
ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣା । ଯୌତୁକ ପାଇଁ ଶାଶୁଘର ଲୋକେ ଓ ସ୍ଵାମୀ ମିଶି ମାରି ଦେଲେ ବୋହୂକୁ । କେବଳ ସେତିକି ନୁହେଁ ବରଂ କାହାକୁ କିଛି ନ କହି ରାତିରେ ଲୁଚି ବୋହୂକୁ ପୋଡ଼ି ଦେଇଛନ୍ତି ମଧ୍ୟ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
WhatsApp Channel (Join Now) Join Now
ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁରୁଣା ଗାଁରେ । ପୁରୁଣା ଗାଁରେ ସୁଦା ବଣିଆଙ୍କର ନମିତା ବଣିଆଙ୍କ ସହିତ ବୈଦିକ ରୀତି ନୀତିରେ ବାହାଘର ହୋଇଥିଲା ।
ବାହାଘର ପର ଠାରୁ ଶାଶୁ ଘର ଲୋକଙ୍କ ଡିମାଣ୍ଡ ବଢ଼ିବାରେ ଲାଗିଥିଲା । ଯୌତୁକ ପାଇଁ ଶାଶୁଘର ଲୋକେ ଅନେକ ସମୟରେ ନମିତାଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।
ହେଲେ ଦିନେ ଏପରି କିଛି ହୋଇଯିବ ବୋଲି କେହି କେବେ ଭାବି ନ ଥିଲେ । ଘର ଲୋକେ ହୁଏ ତ ଆଉ ଟିକେ ଡେରି କରିଥିଲେ ଝିଅର ଜଳନ୍ତା ଜୁଇ ବି ଦେଖିପାରି ନ ଥାନ୍ତେ ।