ଅନ୍ଧ ବିଶ୍ଵାସ ହେଲା କାଳ, ଭୁତ ଛଡ଼େଇବ କହି ମାଁ ଝିଅ ସହ ଦୁଷ୍କର୍ମ କରିଦେଲା ଗୁଣିଆ

 
bhuta duskarma

ଆଜିର ବିଜ୍ଞାନ ଯୁଗରେ ଆପଣ ହୁଏତ ଭୁତ ପ୍ରେତରେ ବିଶ୍ଵାସ କରୁନଥିବେ । କିମ୍ବା ଭୁତ ପ୍ରେତକୁ ଅନ୍ଧ ବିଶ୍ଵାସ ବୋଲି କହିପାରନ୍ତି। ଏବଂ ଆଜିର ଯୁଗରେ ଭୁତ ପ୍ରେତକୁ ଅନେକ ଲୋକ ମିଛ ମାନିଥାନ୍ତି । ସେଥିପାଇଁ ତ ଅନେକ ଲୋକ ଏହି ଭିଡିଓ କୁ ମିଛ ବୋଲି କମେଣ୍ଟ ଦେଇଛନ୍ତି । 

ଭୁତ ପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସେ ଯାହା ସ୍ଵାଭାବିକ କଥା । ବାସ୍ତବରେ ଭୁତ ପ୍ରେତ ହେଉଛି ମନର ଏକ ଭ୍ରମ । ଏହିପରି ଦୃଶ୍ୟ ମନକୁ ଦୁର୍ବଳ ଓ ଭୟଭୀତ କରି ଦେଇଥାଏ। ତେବେ ଏହି ଘଟଣାଟି ହେଉଛି, ଘରକୁ ଗୁଣିଆ ଆସିଥିଲା ଭୂତ ଛଡେଇବା ପାଇଁ ସେପଟେ ବାପା ମା ବଢିଲା ଝିଅ ଗୁଣିଆ ପାଖରେ ବସିଥିଲେ। 

ତାପରେ ଗୁଣିଆ ଯାହା କହୁଥିଲା କରିବା ପାଇଁ ବାପା ମା ତାହା କରୁଥିଲେ। ଶେଷରେ ଗୁଣିଆ ଜଣଙ୍କ ଝିଅର ବାପା ମାଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ତାପରେ ବାପା ମା ଘର ଭିତରୁ ବାହାରକୁ ଚାଲି ଯାଇଥିଲେ। 

ଆଉ ସେପଟେ ଘର ଭିତରେ ଥିଲେ ବଢିଆ ଝିଅ ଓ ଗୁଣିଆ। ଶେଷରେ ଭୂତ ଛଡେଇବା ବାହାନାରେ ଗୁଣିଆ ଝିଅଟିକୁ ଘର ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ତାପରେ ଝିଅ ଯେତେବେଳେ ସବୁ ସତକଥା ଯାଇ ବାପା ମାଙ୍କୁ କହିଥିଲା ସେତେବେଳେ ଝିଅର ବାପା ମା ଗୁଣିଆକୁ ଆସି ପଚାରିଥିଲେ। 

ଆଉ ଗୁଣଆ ମିଛ ସତ କହି କଥା ବୁଲେଇ ଦେଇଥିଲା। ତାପରେ ପୁଣିଥରେ ଗୁଣିଆ ଝିଅର ମାକୁ ପାଖରେ ବସାଇ ସ୍ବାମୀ ଜଣଙ୍କୁ କିଛି ଜିନିଷ ଆଣିବା ପାଇଁ କହି ବାହାରକୁ ପଠାଇ ଦେଇଥିଲା। ଯେତେବେଳେ ମହିଳାଙ୍କ ସ୍ଵାମୀ ବାହାରକୁ ପଳେଇଥିଲେ ସେତେବେଳେ ଗୁଣିଆ ଜଣଙ୍କ ମହିଳାଙ୍କୁ ମଧ୍ୟ ଖରାପ ନଜରରେ ଦେଖିଥିଲା। 

ମହିଳା ଜଣଙ୍କ ପୋଲିସ ଅଫିସର ଥିଲେ ସେଥିପାଇଁ ସେ ଗୁଣିଆ ଜଣଙ୍କୁ ଧରିବା ପାଇଁ ପ୍ଲାନ କରିଥିଲେ। ଆଉ ଶେଷରେ ମହିଳା ଜଣଙ୍କ ଭଣ୍ଡ ଗୁଣିଆଙ୍କୁ ଥାନାକୁ ନେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।