ଇନଷ୍ଟାଗ୍ରାମରେ ବନ୍ଧୁତା ପରେ ହୁକା ବାର୍‌ରେ ଡେଟିଂ, ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ଆଉ ତାପରେ...

 
Duskarma

ଉତ୍ତରପ୍ରଦେଶ ର କାନପୁର ଜିଲ୍ଲା ରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ କାନପୁର ର ବାରା ଅଞ୍ଚଳ ରେ ରହୁଥିବା ଜଣେ ଡାକ୍ତର ଦମ୍ପତି ଙ୍କ ନାବାଳିକା ଝିଅ କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ପ୍ରଥମେ ନାବାଳିକା କୁ ଜବରଦସ୍ତି ହୁକା ପିଆଇ ଥିଲା, ପରେ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇ ନିଷ୍ଠୁରତା କରାଯାଇଥିଲା । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଝିଅ ସହିତ ଅଭିଯୁକ୍ତ ର ଅନ୍ୟ ବନ୍ଧୁମାନେ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ଝିଅ ଟି ଖରାପ ଅବସ୍ଥାରେ ଘରେ ପହଂଚି ପରିବାର ସଦସ୍ୟ ଙ୍କୁ ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିଥିଲା । ଏହା ପରେ ପୀଡିତା ଙ୍କ ବାପା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏଥିରେ ବଳାତ୍କାର ଏବଂ ଅନ୍ୟ ବିଭାଗରେ 3 ଜଣ ନାମିତ ଏବଂ 5 ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

gfd fgh gf

ପୀଡିତାଙ୍କ ପିତା ଦେଇଥିବା ଅଭିଯୋଗ ଅନୁଯାୟୀ ପୀଡିତା ଇନଷ୍ଟାଗ୍ରାମ ରେ ଅଭିଯୁକ୍ତ ବିନୟ ଠାକୁର ଙ୍କ ସହ ବନ୍ଧୁତା କରିଥିଲେ । ଏହା ପରେ ଦୁହିଁ ଙ୍କ ମଧ୍ୟରେ ବନ୍ଧୁତା ବଢ଼ିଲା । ଅଭିଯୋଗ ହୋଇଛି ଯେ ବିନୟ ପୀଡିତା ଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ରେକଡିଂ କରି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ତା’ପରେ ଦିନେ ବିନୟ ଝିଅ କୁ ହୁକା ବାର କୁ ଡାକିଲା । ଅଭିଯୋଗ ହୋଇଛି ଯେ ଏଠାରେ ବିନୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ପିଆଇ ଜବରଦସ୍ତି କରିଥିଲେ । ଏପରିକି ସେ ପୀଡିତା ଙ୍କ ଗାଲ କୁ କାମୁଡ଼ିଥିଲେ, ଯେଉଁ କାରଣରୁ କ୍ଷତ ସୃଷ୍ଟି ହୋଇଥିଲା ।

ghdhg ghf

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ : ଛି ଲଜ୍ଜ୍ୟା, ଦେହ ର ଭୋକ ସମ୍ଭାଳି ନପାରି ମଣିଷ କୁକୁର କୁ କଲା ବଳାତ୍କାର, ନିଛାଟିଆ ପାର୍କ ରେ କଲା ଏହି ଦୁଷ୍କର୍ମ

ଏହା ପରେ ଅଭିଯୁକ୍ତ ପୀଡିତା ଙ୍କୁ ଏକ ବିଚ୍ଛିନ୍ନ ସ୍ଥାନକୁ ନେଇ ଯାଇଥିଲା ଯେଉଁଠାରେ ତାଙ୍କ ସାଙ୍ଗମାନେ ପୀଡିତା ଙ୍କୁ ଗଣବଲାତ୍କାର କରିବାକୁ ଚେଷ୍ଟା କରିଥିଲେ ଏବଂ ମାରପିଟ କରିଥିଲେ ।  ବିନୟ ନାବାଳିକାଙ୍କ ଛାତିରେ ବ୍ଲେଡ୍‌ରେ କାଟି ନିଜ ନାଁ ଲେଖିଥିଲା । ଫଳରେ ସେ ଅନ୍ୟତ୍ର ବିବାହ କରିପାରିବେନି । ଏପରିକି ନିଆଁ ଲଗାଇ ଚୁଟି ଜାଳି ଜୀବନରୁ ମାରି ଦେବାର ଧମକ ମଧ୍ୟ ବିନୟ ଦେଉଥିଲା ।

cdsaf dsff

ଡିସିପି ସାଉଥ ସଲମାନ ତାଜ ପାଟିଲ କହିଛନ୍ତି ଯେ ଏହି ମାମଲାରେ ଝିଅର ପିତା ଙ୍କ ଅଭିଯୋଗ ଅନୁଯାୟୀ ଜାରୁଲି ବାସିନ୍ଦା ବିନୟ ଠାକୁର, ଅଜୟ ଏବଂ ଅମନ ସେଙ୍ଗର ଙ୍କ ସମେତ 4 ରୁ 5 ଜଣ ଅଜ୍ଞାତ ବ୍ୟକ୍ତି ଙ୍କ ବିରୋଧରେ ବଳାତ୍କାର, ଆକ୍ରମଣ, ହତ୍ୟା ଧମକ, POCSO ଆକ୍ଟ, ଡ୍ରଗ୍ସ ଦେବା, ପ୍ରତିଶୋଧ ଭଳି ଅନ୍ୟ ଗୁରୁତର ବିଭାଗରେ ରିପୋର୍ଟ ପଞ୍ଜିକୃତ ହୋଇଛି ।