ସାମ୍ନା କୁ ଆସିଲା ବଲେ ବଲେ ଢାବା ର କଳା କାରନାମା, ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରାତି କାଟୁଥିଲେ ବଡ଼ବଡ଼ିଆ

 
ac room

ବଲେ ବଲେ ଢାବା ଓ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗୁମର ଖୋଲିଦେଲେ ବିଧାୟକ ହିମାଂଶୁ ସାହୁ। ଢ଼ାବା ଭିତରେ ଥିଲା, ଅନ୍ଧାରୀ କୋଠରୀ ଆଉ ସେଠାରେ ପଡ଼ିଥିଲା ସୋଫା ଓ ବେଡ୍ । ବାହାରୁ ମଦ ଆସୁଥିଲା। ଜଣେ ନାରୀ ନେତ୍ରୀ ଥିଲେ, ସେ ଫିଲ୍ମରେ ଆକ୍ଟିଂ କରନ୍ତି, ତାଙ୍କ ସ୍ବାମୀ ଚଳାଇଥିଲେ ବଲେ ବଲେ ଢାବା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। 

ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍। ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଲଜକୁ ଅନେକ ଆଗ ଧାଡ଼ିର ହିରୋଇନ୍ ଆସୁଥିଲେ। ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ଏଠାରେ ଆସି ରହୁଥିଲେ। ତେବେ ବର୍ତମାନ ଢାବାର କର୍ମଚାରୀ ସାମ୍ନାକୁ ଆଣିଲେ ସବୁ ଗୁମର କଥା। 

ଅଭିନେତ୍ରୀ ମାନଙ୍କ ସହିତ ରାତିକାଟୁ ଥିଲେ ବଡବଡ଼ିଆ ମାନେ। ଏସବୁର ଏବେ ମୂଳକ କାରଣ ହେଉଛି ବଲେ ବଲେ ଢାବା। ବଡ଼ବଡ଼ିଆଙ୍କ ଦେହସୁଖ ପୁରା କରିବାରେ ରଙ୍ଗଶାଳା ସାଜିଥିଲା ଧର୍ମଶାଳାର ଵଲେ ବଲେ ଢାବା। ଛୋଟ ଗାମୁଛା ପିନ୍ଧି ଏସି ରୁମରେ ବସୁଛନ୍ତି ସୁନ୍ଦରୀ ଯୁବତୀ। କର୍ମଚାରୀଙ୍କ କହିବା ଅନୁସାରେ କୁଆଡେ ୨ ମାସ ହେବ କର୍ମଚାରୀଙ୍କୁ ଟଙ୍କାଟେ ବି ଦେଇନାହାନ୍ତି ମାଲିକ। 

କିନ୍ତୁ ସେପଟେ ବଡ ବଡ଼ିଆଙ୍କୁ ଏସି ରୁମରେ ଗରମ କରିବା ତାଙ୍କର ଥିଲା ମୂଳ କର୍ତ୍ତବ୍ୟ। ବିଜେଡିର ବଡ ପଣ୍ଡା ବଳବନ୍ତ ରାୟଙ୍କ ବିରୁଦ୍ଧରେ ପ୍ରଥମ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ବିଧାୟକଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ଢାବା ସିଲ କରିବାକୁ ନିର୍ଦ୍ଦେଶ ଦେଇଥିଲା ବ୍ଲକ ପ୍ରଶାସନ। 

ଆଜି କର୍ମଚାରୀ ଲଞ୍ଚ ଖାଲି କରୁଥିବାର ଦେଖିବାକୁ ମିଳୁଛି। ଅଭିଯୋଗ ଅନୁସାରେ ବିଧାୟକ ସାଂସଦ ପ୍ରାର୍ଥୀ  ଢ଼ାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବ୍ରତଘର ପାଇଁ କୋଟି କୋଟି ଟଙ୍କା ଆଦାୟ କରାଯାଉଥିଲା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଅନୁମତି। ଏବେ ଢାବା ସିଲ୍ ପରେ ଲଞ୍ଚକୁ ନେଇ ଗୁମର ଫିଟିବାକୁ ଲାଗିଛି