ସେଦିନ ରୁମ ଭିତରେ ଏଲିନା ନୁହଁ ଥିଲେ ଏହି ସୁନ୍ଦରୀ ହିରୋଇନ, ସାମ୍ନା କୁ ଆସିଲା ସତ
ନିକଟରେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଥିବା ବଲେ ବଲେ ଢାବାଟିକୁ ନେଇ ଓଡ଼ିଶା ରାଜନୀତି ଉଠୁଛି ପଡୁଛି । ତେବେ ଯାଜପୁରର ବଲେ ବଲେ ଢାବା ସିଲ ଘଟଣା ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଏଲିନା ଲିଜରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା ।
ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଏଲିନା। ପିଟିସନ ଦାଏର ପରେ ପ୍ରତିକ୍ରିୟା ରଖିଛନ୍ତି ଏଲିନାଙ୍କ ଓକିଲ। ଏଲିନା ତ୍ରୀପାଠୀଙ୍କ ଓକିଲ ବ୍ୟୋମକେସ କହିଛନ୍ତି- ବଲେ ଵଲେ ସହିତ ଏଲିନା ତ୍ରୀପାଠୀ ଏବଂ ତାଙ୍କ ସ୍ଵାମୀ ସଂପୃକ୍ତି ନାହାଁନ୍ତି। ସେମାନଙ୍କ ନାଁରେ ମଧ୍ୟ ସେ ଢାବା ନାହିଁ।
ସେମାନେ ସେ ଢାବାକୁ ଯାଇ ନାହାନ୍ତି କି ସେମାନଙ୍କ ନାଁ'ରେ କିଛି ପ୍ରମାଣ ନାହିଁ ବୋଲି କହିଛନ୍ତି ଓକିଲ। ଜଣେ ବିଜେଡି ନେତ୍ରୀ ବୋଲି ତାଙ୍କ ଚରିତ୍ର ସଂହାର କରାଯାଇଛି ବୋଲି ଓକିଲ ଜଣଙ୍କ କହିଛନ୍ତି। ଏଇ ଘଟଣା ଉପରେ କିପରି ବିଧିବଦ୍ଧ ଭାବେ ତଦନ୍ତ କରାଯିବ ସେଥିପାଇଁ ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହେଇଛନ୍ତି ଏଲିନା।
ଏତେ ଡିଜି, ଗୃହସଚିବ ବିଡ଼ିଓ, ଧର୍ମଶାଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ବୋଲି ବ୍ୟୋମକେସ କହିଛନ୍ତି। ସୂଚନା ଅନୁସାରେ ଯାଜପୁର ଧର୍ମଶାଳା ଭବନ ପରିସରରେ ରହିଛି ବଲେ ଵଲେ ଢାବା। ସେହି ଢାବାକୁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ବାମୀ ଚଳାଉଥିବା ଚର୍ଚ୍ଚା ହେଉଥିଲା।
ବିନା କାଗଜପତ୍ରରେ ସେ ସେହି ଢାବା ଚଳାଉଥିବା ଆଲୋଚନା ହେଉଥିଲା। ନବ ନିର୍ବାଚିତ ବିଧାୟକଙ୍କ ଖୋଳତାଳ ପରେ ବ୍ଲକ୍ ପ୍ରଶାସନ ସେହି ଢାବାରେ ରେଡ୍ କରିଥିଲେ। ଏହାକୁ ନେଇ ଗତ ସପ୍ତାହ ହେଲା ଚର୍ଚ୍ଚା ଏବଂ ଆଲୋଚନା ହେଉଥିଲା। ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା। ହେଲେ ମୁଁହ ଖୋଲୁ ନଥିଲେ ଏଲିନା ଏବଂ ତାଙ୍କ ସ୍ଵାମୀ।