ମାଉସୀକୁ ନେଇ ଫେରାର୍ ହେଇଗଲା ପୁତୁରା, ମନ୍ଦିରରେ ହୋଇଗଲେ ବାହା, ପୂରା ଘଟଣା ଜାଣି ହେବେ ତାଜୁବ୍

 
ମାଉସୀକୁ ନେଇ ଫେରାର୍ ହେଇଗଲା ପୁତୁରା, ମନ୍ଦିରରେ ହୋଇଗଲେ ବାହା, ପୂରା ଘଟଣା ଜାଣି ହେବେ ତାଜୁବ୍

ଝାଡ଼ଖଣ୍ଡର ଚାଟ୍ରା ଜିଲ୍ଲାରେ ମାଉସୀ ପୁତୁରା ସମ୍ପର୍କକୁ ନେଇ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଜଣେ ଯୁବକ ତାଙ୍କ ମାଉସୀଙ୍କୁ ପ୍ରେମ କରିବା ସହ ଉଭୟେ ଫେରାର ହୋଇଯାଇ ମନ୍ଦିରରେ ବିବାହ କରିବା ଘଟଣା ବର୍ତ୍ତମାନ ଆଲୋଡନ ସୃଷ୍ଟି କରିଛି। 

ଫେରାର ହେବା ପରେ ଉଭୟେ ମନ୍ଦିର ରେ ପାରସ୍ପରିକ ସହମତିରେ ବିବାହ କରିଥିଲେ। କିନ୍ତୁ ଏହା ପରେ ସେମାନଙ୍କ ପରିବାର ଲୋକେ ଏହି ବିବାହ ବିଷୟରେ ଜାଣି ପାରିଥିଲେ ଯାହା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପରିବାର ଲୋକେ ଏହି ଘଟଣାରେ ଉତକ୍ଷିପ୍ତ ହେବ ସହ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ, ଯାହା ପରେ ଉଭୟ ଦମ୍ପତ୍ତି ପରିବାର ଲୋକଙ୍କ ଭୟରେ ପୋଲିସ ଷ୍ଟେସନରେ ନିଜ ସୁରକ୍ଷା ପାଇଁ ପହଞ୍ଚିଥିଲେ।

ଉଭୟ ପରସ୍ପରକୁ ବହୁତ ଭଲ ପାଉଥିବା ବେଳେ, ଶୁକ୍ରବାର ରାତିରେ ଦୁହେଁ ହେରୁ ନଦୀ କୂଳରେ ଥିବା ଶିବ ମନ୍ଦିରରେ ପରସ୍ପରର କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହର ସୂଚନା ଗାଁ ଲୋକଙ୍କ ସହ ପରିବାର ଲୋକଙ୍କୁ ଦିଆଯିବା ମାତ୍ରେ ଲୋକମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ ଏବଂ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ନିଜ ପରିବାରକୁ ଭୟ କରି ଉଭୟ ଦୌଡ଼ି ପଳାଇବା ସହ କୌଣସି ସ୍ଥାନରେ ଲୁଚି ରହିଥିଲେ ଏବଂ ସେଠାରେ ରାତି ବିତାଇବା ପରେ ସାଦର ପୋଲିସ ଷ୍ଟେସନରେ ପହଞ୍ଚି ପୋଲିସକୁ ସମ୍ପୂର୍ଣ୍ଣ କାହାଣୀ ଜଣାଇ ଆତ୍ମସମର୍ପଣ କରିଥିଲେ।  ଉଭୟ ବୟସ୍କ ହୋଇଥିବାରୁ ଏହି ଆଧାରରେ ସ୍ଥାନୀୟ ପୋଲିସ ଦୁଇଜଣଙ୍କ ସମ୍ପର୍କୀୟଙ୍କୁ ଡକାଇ ସେମାନଙ୍କୁ ବୁଝାଇବା ସହ ସେମାନଙ୍କୁ PR ବଣ୍ଡରେ ଛାଡି ଦେଇଥିବା ଜଣା ପଡ଼ିଛି।