ସୁଯୋଗ ପାଇ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର, ଗ୍ରହଣ କଲେନି ସ୍ୱାମୀ, କହିଲା- ଏବେ ତୁ ମୋ ମାଆ, ଆଉ ତାପରେ...

 
Sasur bahu

ବୋହୂ ଶିକାର ହେଲା ଦୁଷ୍କର୍ମର। ସ୍ବାମୀ ଘରେ ନଥିଲା ବେଳେ ସ୍ଵାମୀଙ୍କ ବାପା ଅର୍ଥାତ୍ ବୋହୂଙ୍କ ଶଶୁର ଘଟାଇଛନ୍ତି ଏଭଳି କାଣ୍ଡ। ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବା ପରେ ମଧ୍ୟ କିଭଳି ଏ ପରି ଏକ ଅସାମାଜିକ ଓ ହିଂସ୍ର କାମ କରି ବସେ ତାହା ବୁଝି ହୁଏନା । ବିଶେଷ କରି ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ଶଶୁର କୁ ବାପ ର ସ୍ଥାନ ଦିଆଯାଇଥଏ। ଆଉ ବାପା ର ସ୍ଥାନ ଯେ କେତେ ଉର୍ଦ୍ଧରେ ତାହା ହୁଏତ ଶଦ୍ଦ ରେ କହିବା ଅସମ୍ଭବ।ହେଲେ ବେଳେ ବେଳେ ସମାଜରେ ଏପରି ଘୃଣ୍ୟ ଘଟଣା ଦେଖିବାକୁ ମିଳୁଛି ଯେ ଯାହା ଆଗରେ ବଳିପଡ଼ି ଯାଉଚି ସମ୍ପ୍ରକ ର ପବିତ୍ର ବନ୍ଧନ।

Dr
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରେ ସୂଚନା ଅନୁସାରେ ଶଶୁର ବୋହୁ ସହିତ ଦୁଷ୍କର୍ମ କରିବା ପରେ ସ୍ବାମୀ ଏବେ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ନାରାଜ।ବୋହୁ ଏ ନେଇ ଅଭିଯୋଗ ଆଣି କହିଛନ୍ତି ମୋର ଏଥିରେ କୌଣସି ଦୋଷ ନଥିବା ବେଳେ ଦୋଷୀ ପରିବର୍ତ୍ତେ ମୁ କାହିଁକି ଦଣ୍ଡ ପାଇବି ।
ବୋହୂଙ୍କ ଅଭିଯୋଗ ଅନୁସାରେ ଗତ ଜୁଲାଇ  ୫ ତାରିଖରେ ତାଙ୍କର ୫୦ବର୍ଷୀୟ ବୟସ୍କ ଶଶୁର ତାଙ୍କୁ ଦୁଷ୍କର୍ମ କରିଥିଲେ ।ମହିଳା ଜଣକ ଯେତେବେଳେ ଏହା ତାଙ୍କ ସ୍ବାମୀଙ୍କୁ ଜଣାଇଲେ ସ୍ବାମୀ ତାଙ୍କୁ ପତ୍ନୀ ର ଅଧିକାରରୁ ବହିଷ୍କୃତ କରିବା ସହିତ ତାଙ୍କୁ ଘରୁ ତଡିଦେଇଛନ୍ତି।
ସୂଚନା ଅନୁସାରେ ମହିଳା ଜଣକ ୨୩ ବର୍ଷୀୟ ହେଇଥିବା ବେଳେ ୭ମାସରେ ଗର୍ଭବତୀ ମଧ୍ୟ ଅଛନ୍ତି।
Bohu
ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ସେ ସମାଜ କୁ ଡରି ଦୀର୍ଘ ଦିନ ଧରି ଚୁପ୍ ହେଇ ଆସୁଥିଲେ । ଏବଂ ମନେ ମନେ ଭାବୁଥିଲି ତାଙ୍କ ସ୍ବାମୀ ଦିନ ନା ଦିନେ ତାଙ୍କୁ ବୁଝି ପାରିବେ ଏବଂ ତାଙ୍କୁ ଘରକୁ ଫେରାଇ ନେବେ। ସେଥିପାଇଁ ସେ ନିଜ ସ୍ବାମୀ କୁ ଅନେକ ଥର ବୁଝେଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି ସ୍ବାମୀ କିନ୍ତୁ ତାଙ୍କ ନିଷ୍ପତି ରେ ଅଟଳ ରହିଥିଲେ ସେଥିପାଇଁ ମହିଳା ଯାକ ଆଇନ ର ଆଶ୍ରୟ ନେଇଛନ୍ତି। ମହିଳା ର ଅଭିଯୋଗ ପରେ ସ୍ବାମୀ ସଶୁରଙ୍କୁ ଗିରଫ କରିଛି ପୋଲିସ।ଅନ୍ୟପଟେ ଶଶୁର କହିଛନ୍ତି ବୋହୁ ସମ୍ପତି ଲୋଭରେ ଏପରି କରିଛନ୍ତି ବୋଲି।