ହାଇଦର୍ ଫେରାର୍ ପଛରେ ଓଲିଉଡ଼ ଲିଙ୍କ! ହାଇଦରକୁ ଖସାଇବାରେ ସାହାଯ୍ୟ କରିଥିବା ଏହି ହିରୋଇନ୍ ଗିରଫ

 
ହାଇଦର୍ ଫେରାର୍ ପଛରେ ଓଲିଉଡ଼ ଲିଙ୍କ! ହାଇଦରକୁ ଖସାଇବାରେ ସାହାଯ୍ୟ କରିଥିବା ଏହି ହିରୋଇନ୍ ଗିରଫ

ଦୁର୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର୍ ହାଇଦର୍ ଫେରାର କେସ୍ ରେ ଆସିଲାଣି ନୂଆ ଟ୍ଵିଷ୍ଟ, ଫେରାର କରାଇବାରେ ଥିଲା ଅଲବମ୍ ହିରୋଇନଙ୍କ ସମ୍ପୃକ୍ତି। ଏବେ ଏହି ଘଟଣା ସାମ୍ନା କୁ ଆସିବା ପରେ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ପୋଲିସ।

ପୋଲିସ କହିବା ଅନୁଯାଇ ଦିନେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ ମତୁଆଲା କରୁଥିବା, ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ ହାଇଦର କୁ ଖସାଇବାରେ ସମ୍ପୃକ୍ତ ଥିବା ଜଣା ପଡ଼ିଛି।

ତେବେ ଚିକିତ୍ସା ପାଇଁ ହାଇଦର ଏସ୍‌ସିବି ମେଡ଼ିକାଲ ରେ ଥିବା ବେଳେ ଅର୍ଚ୍ଚନା ଏବଂ ପଟ୍ଟାମୁଣ୍ଡାଇ ଓ ମାହାଙ୍ଗା ଅଞ୍ଚଳର ଅନ୍ୟ ଦୁଇ ଯୁବତୀ ମଧ୍ୟ ତାକୁ ଦେଖା କରିବାକୁ ଆସିଥିବା କଥା ସାମ୍ନା କୁ ଆସିଛି। ଏପରିକି ହାଇଦର କୁ ଖସାଇବାରେ ମୁଖ୍ୟ ଅଭିଯୁକ୍ତ ତଥା ତାର ପୁଅ ଇସ୍ତିୟାକ୍ ଖାନ ସହିତ ଏମାନଙ୍କର ସମ୍ପର୍କ ଥିବା କଥା ସାମ୍ନା କୁ ଆସିଛି। ତେବେ ଏହି ଯୁବତୀମାନେ ବାରମ୍ବାର ଫୋନରେ ହାଇଦର ସହ କଥା ହେଉଥିବାରୁ ସେହି କଲ୍ ମାଧ୍ୟମରେ ହିଁ ହାଇଦର୍ ର ତେଲେଙ୍ଗାନା ଠିକଣା ବିଷୟରେ ଜଣା ପଡିଥିଲା।

ଅନ୍ୟପକ୍ଷରେ ଗତ ଡିସେମ୍ବର ମାସରେ ଝିଅ ଘରୁ ଚାକିରୀ କରିବା ପାଇଁ ଯାଇଥିବା ସହ ତାର ପୂର୍ବରୁ ହାଇଦର ସହ କୋୖଣସି ଲିଙ୍କ ଥିବା କଥା କୁ ଖଣ୍ଡନ କରିଛନ୍ତି ଅର୍ଚ୍ଚନାଙ୍କ ପରିବାର ଲୋକେ। ଏଥି ସହିତ ତାଙ୍କ ଝିଅର ମାନସିକ ରୋଗ ଥିବା ଏବଂ ତାକୁ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ବାପା। ତେବେ ଏହି ଦିଗକୁ ନେଇ ପୋଲିସ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।