ଦେଖନ୍ତୁ ଭିଡ଼ିଓ: ମା ନାଁରେ କଳଙ୍କ ଏହି ମହିଳା! ନିଜ ୧୦ ବର୍ଷ ପୁଅ ସହ ଅଶ୍ଳୀଳ ଡ୍ୟାନ୍ସ କରି ଭିଡ଼ିଓ କଲେ ଭାଇରାଲ, ଆଉ ତା ପରେ…

 
Maa pua dance

ମାଆ ଏବଂ ତାର ସନ୍ତାନ ଭିତରେ ଥିବା ସମ୍ପର୍କକୁ ସବୁଠାରୁ ପବିତ୍ର ସମ୍ପର୍କର ମାନ୍ୟତା ଦିଆଯାଇଛି। କିନ୍ତୁ, ଦିଲ୍ଲୀର ଜଣେ ମହିଳା ଏପରି କିଛି କାମ କରିଛନ୍ତି ଯାହା ମାଆ-ପୁଅର ସମ୍ପର୍କକୁ କଳଙ୍କିତ କରିଦେଇଛି। ଏହି ମହିଳା ଜଣକ ନିଜ ନାବାଳକ ପୁଅ ସହ ଅଶ୍ଲୀଳ ନୃତ୍ୟ କରି ଭିଡ଼ିଓକୁ ଭାଇରାଲ କରିଥିଲେ ଯାହାକୁ ନେଇ ତାଙ୍କୁ ହଟହଟା ହେବାକୁ ପଡିଛି।

Viral

ମିଳିଥିବା ସୂଚନା ଅନୁଯାଇ ଉକ୍ତ ମହିଳା ଜଣକ ନିଜ ୧୦-୧୨ ବର୍ଷର ପୁଅ ସହିତ ଅଶ୍ଳୀଳ ଆକ୍ଟିଂ ଏବଂ ଗୀତରେ ଡ୍ୟାନ୍ସ କରିଥିଲେ। ଏହାପରେ ମହିଳାଙ୍କୁ ସୋସିଆଲ ମିଡିଆରେ ଲୋକପ୍ରିୟ ହେବାକୁ ଏମିତି ନିଶା ଚଢ଼ିଥିଲା ଯେ ସେ ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଦେଇଥିଲେ। ତେବେ, ଭିଡ଼ିଓଟି ଭାଇରାଲ ହେବାପରେ ଏହାର ଅଶ୍ଲୀଳ ବିଷୟବସ୍ତୁକୁ ନେଇ ଦିଲ୍ଲୀ ମହିଳା ଆୟୋଗ(DCW) ତରଫରୁ ପୋଲିସରେ ଏତଲା ଦିଆଯାଇଛି।

Tweet

ମାତ୍ର ୧୦-୧୨ ବର୍ଷର ଛୁଆକୁ ଏଭଳି ଅଶ୍ଲୀଳ କାର୍ଯ୍ୟରେ ନିୟୋଜିତ କରିଲେ ଭବିଷ୍ୟତରେ ପିଲାଟି ଉପରେ ଏହାର ଖରାପ ପ୍ରଭାବ ପଡିବ ବୋଲି (DCW) ପକ୍ଷରୁ ଅଭିଯୋଗ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନଷ୍ଟାଗ୍ରାମରେ ଏହି ମହିଳାଙ୍କର ୧ ଲକ୍ଷ ୬୦ ହଜ଼ାରରୁ ଅଧିକ ଫଲୋଅର୍ ରହିଛନ୍ତି। ତେବେ, ପୋଲିସ କେସ୍ ହେବାପରେ ସୋସିଆଲ ମିଡିଆରୁ ଏହି ଭିଡ଼ିଓଟିକୁ ଡିଲିଟ୍ କରି ଦିଆଯାଇଥିବା ଜଣାପଡିଛି।