ଯୁବତୀକୁ ଗଣଦୁଷ୍କର୍ମ କରି ଯୌନାଙ୍ଗରେ ବୋତଲ ପୁରାଇବା ଘଟଣା, ସାମ୍ନାକୁ ଆସିଲା ନିର୍ଯ୍ୟାତନାର ଭିଡିଓ, ଦେଖନ୍ତୁ

 
Assam case

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ୪ ଜଣ ଯୁବକ ଏବଂ ଜଣେ ଯୁବତୀ ବଳାତ୍କାର କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଅନେକ ଲୋକ ଦାବି କରିଥିଲେ।

ତେବେ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା କଥା ସ୍ପଷ୍ଟ କରିଛି ପୋଲିସ। ଏ ସମ୍ପର୍କରେ ସୂଚନା ଦେଇ ବେଙ୍ଗାଲୁରୁ ପୋଲିସ କହିଛି ଯେ ଅଭିଯୁକ୍ତକୁ ଧରିବା ପାଇଁ ଆସାମ ପୋଲିସ ଭିଡିଓରୁ କିଛି ଚିତ୍ର ସୋସିଆଲ ମିଡିଆରେ ସେୟାର କରିଥିଲା ଏବଂ ଫଟୋ ସେୟାର ହେବାର କିଛି ଘଣ୍ଟା ପରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି। ଦେଖନ୍ତୁ ଭିଡିଓ-


ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସର ସହାୟତା ଲୋଡିଥିଲେ। ବେଙ୍ଗାଲୁରୁ ପୋଲିସ ଏକ ବିବୃତ୍ତିରେ କହିଛି ଯେ ଏକ ଭିଡିଓ କ୍ଲିପକୁ ଭିତ୍ତିକରି ଯେଉଁଥିରେ ପାଞ୍ଚଜଣ ମହିଳା ଜଣେ ମହିଳାଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ପାଇଥିଲେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯାଇଛି।

ତେବେ ମାମଲାର ପ୍ରାଥମିକ ଅନୁସନ୍ଧାନରୁ ଉଭୟ ପୀଡିତା ଏବଂ ଅଭିଯୁକ୍ତମାନେ ବାଂଲାଦେଶୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସମସ୍ତେ ସମାନ ଗୋଷ୍ଠୀର ଥିଲେ, କିନ୍ତୁ ପରେ ଟଙ୍କା ଦେବା ନେବା କୁ ନେଇ କିଛି ବିତର୍କ ହୋଇଥିଲା, ଯାହା ପରେ ଅଭିଯୁକ୍ତମାନେ ମହିଳାଙ୍କ ଶାରୀରିକ ଶୋଷଣ କରିଥିଲେ। ପିଡ଼ିତା ବର୍ତ୍ତମାନ ବାଂଲାଦେଶ ଫେରିଯାଇଥିବା ସୂଚନା ମିଳିବା ପରେ ପୋଲିସ ସେଠାକୁ ଏକ ସ୍ୱତନ୍ତ୍ର ଦଳ ପଠାଇଛି ମହିଳାଙ୍କୁ ଠାବ କରିବା ପରେ ତାଙ୍କ ବୟାନ ଆଧାରରେ ତଦନ୍ତ ଆଗେଇବ ବୋଲି ପୋଲିସ ସ୍ପଷ୍ଟ କରିଛି।