ଦେଖନ୍ତୁ ଭିଡିଓ: ଭାଇର ତ ଜୀବନ ନେଇଥିଲେ, ଭଉଣୀକୁ ଏକା ପାଇ ୪ ଯୁବକ ତା ସହ ଲୁହା ରଡରେ...

 
Jubati

ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଗୋଡେଇ ଗୋଡେଇ ରଡ୍ ରେ ପିଟି ପିଟି ରକ୍ତାକ୍ତ କରି ଦେଇଛନ୍ତି ୪ ଜଣ ଯୁବକ । ଲହୁ ଲୁହାଣ ଅବସ୍ଥାରେ ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧିନ । ଡାକ୍ତରଖାନାରେ ସେ କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ସହିତ ଘଟିଥିବା ସବୁ ଦୁର୍ଘଟଣା । ମନରେ ତାଙ୍କର ଭୟ , ଛାତିରେ ତାଙ୍କର ଅସୁମାରୀ କୋହ ଧରି ନିଜ ପାଇଁ ନିଜର ଭାଇର ମୃତ୍ୟୁ ପାଇଁ ନ୍ୟାୟ ମାଗୁଛନ୍ତି ମହିଳା ଜଣକ ।

ଜୁନ

ଏପରି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ଦାଣ୍ଡ ସାହି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ଯୁବତୀ ଜଣକଙ୍କ ନାମ ହେଉଛି ସୋନି ରାଉତ ।

ସୋନୀଙ୍କ ଅଭିଯୋଗ ଅନୁଯାୟୀ ୬ ମାସ ତଳେ ସେହି ଗ୍ରାମର କିଛି ଯୁବକ ମିଶି ତାଙ୍କ ଭାଇଙ୍କୁ ମାରି ଦେଇଥିଲେ । ଯେଉଁ ସମୟରେ କି ତାଙ୍କ ଘରେ ତାଙ୍କ ବାପା ଉପସ୍ଥିତ ନ ଥିଲେ ।

ତାଙ୍କ ବାପା ବିଦେଶରେ କାମ କରନ୍ତି । ପୁଅର ମଲା ଖବର ଶୁଣି ଘରକୁ ଫେରିବା ପରେ ପୁଅର ହତ୍ୟା ପାଇଁ ଥାନାକୁ ଯାଇ ଅଭିଯୋଗ କରିଥିଲେ ପରିବାର ଲୋକେ । ଗତ କାଲି ପୋଲିସ ଏ ନେଇ ପଚରା ଉଚରା କରିବା ନିମନ୍ତେ ସୋନୀଙ୍କ ଘର ପହଞ୍ଚି ଥିଲା । ସେଠାରେ ସୋନି ପୋଲିସଙ୍କ ଆଗରେ ସବୁ ସତ କଥା କହି ଥିଲା ।

ତା ଭାଇକୁ ହତ୍ୟା କରିଥିବା ସମସ୍ତ ହତ୍ୟାକାରୀଙ୍କ ନାଆଁ ପୋଲିସ ଆଗରେ କହିଥିଲା ସୋନି । ଯାହା ପରେ ରାଗି ଯାଇଥିଲେ ଦୁର୍ବୃତ୍ତ ଯୁବକ ଗଣ । ସୋନୀଙ୍କୁ ଏକୁଟିଆ ମାର୍କେଟରେ ପାଇ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ପିଟିଥିଲେ ତାଙ୍କୁ । ତେବେ ଏବେ ଦେଖିବା ବାକି ରହିଲା ପୋଲିସ ଏ ନେଇ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ତଦନ୍ତ ନାଁରେ ଆଉ ୬ ମାସ ଗଡ଼େଇ ଦେଉଛି ।