ରାକ୍ଷୀର ସମ୍ପର୍କରୁ ଗଢି ଉଠିଲା ଶାରୀରିକ ସମ୍ପର୍କ, ବାହା ହେବାକୁ କହିବାରୁ ପୋଡ଼ି ମାରିଦେଲା ଭାଈ, ଜାଣନ୍ତୁ ପୁରା ଘଟଣା

 
Ghaziabad

ସମ୍ପର୍କରେ ଥିଲେ ସମ୍ପର୍କୀୟ ଭାଇ ଭଉଣୀ। ପ୍ରତିବର୍ଷ ଭଉଣୀ ରାକ୍ଷୀ ବାନ୍ଧେ ଭାଇ ହାତରେ। ହେଲେ ଅଚାନକ ବନ୍ଦ ହେଇଯାଏ ଦୁହିଁଙ୍କ ମଧ୍ୟରେ ରଖି ବନ୍ଧାବନ୍ଧି। ଉଭୟ ଭାଇ ଭଉଣୀ ପ୍ରେମ ସଂପର୍କରେ ବାନ୍ଧି ହେଇଯାଆନ୍ତି। ଘର ବାହାରେ ଆସି ଲିଭଇନରେ ରୁହନ୍ତି ଦୁହେଁ।

ତେବେ ଭାଇ ଅମିତର ପ୍ରେମରେ ପାଗେଳି ଥିଲା ଭଉଣୀ ଶିଳ୍ପା ଯେଉଁ କାରଣରୁ ସେ ଘରଦ୍ୱାର ଛାଡ଼ି ଦାଦା ପୁଅ ଭାଇ ସହ ରହିବା ପାଇଁ ଗାଜିଆବାଦ ଚାଲି ଆସିଥିଲା। ଶିଳ୍ପା ଚାହୁଁଥିଲା ଅମିତ୍ କେବଳ ତାର ହେଇ ରହୁ ବୋଲି। 

ସେଥିପାଇଁ ଶିଳ୍ପା ଅମିତକୁ ତା ବାପା ମାଆଙ୍କୁ ଛାଡ଼ିବା ପାଇଁ ବାଧ୍ୟ କରୁଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରୁହେ। ଦୁଇଜଣ ମଧ୍ୟ ଲିଭଇନରେ ରହୁଥିଲେ। ଲିଭଇନରେ ରହୁଥିବା କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଶାରୀରିକ ସଂପର୍କରେ କଟେ।

ଭାଇ ଭଉଣୀ ହେଇ ମଧ୍ୟ ଉଭୟ ସ୍ବାମୀ ସ୍ତ୍ରୀ ପରି ରୁହନ୍ତି। ଧିରେ ଧିରେ ସମୟ ଗଡି ଚାଲିଲା ଆଉ ଅମିତଙ୍କ ମନରେ ଶିଳ୍ପା ପ୍ରତି ଥିବା ଭଲ ପାଇବା କମି କମି ଚାଲିଲା ଯେଉଁ କାରଣ ପାଇଁ ଅମିତ ଆଉ ଶିଳ୍ପାଙ୍କ ପାଖରେ ରହିବାକୁ ଚାହୁଁ ନଥିଲେ। 

Women

ତେବେ ଗତ ଶନିବାର ଦିନ ଏହି କଥାକୁ ନେଇ ଉଭାୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୁଏ। ମଦ ପିଇଥିବା ଅମିତ୍ ଆୟତ ହରାଇ ଶିଳ୍ପାଙ୍କ ତଣ୍ଡି ଚିପି ମାରି ଦେଇଥିଲେ। ତା'ପରେ ଅମିତ୍ ତାଙ୍କର ଆଉ ଜଣେ ସାଙ୍ଗକୁ ଡାକି ଶିଳ୍ପା ମୃଦେହ ହଟାଇବାର ବ୍ୟବସ୍ଥା କରିଥିଲେ।

ରାତି ୯ଟା ରୁ ୧୨ଟା ପର୍ଯ୍ୟନ୍ତ ଶବକୁ ସାଥିରେ ଧରି ଦୁହେଁ ଘୁରି ବୁଲୁଥିଲେ। ୩ ଘଣ୍ଟା ପରେ ଗାଜିପୂର୍ ଏକ ଅଳିଆ ଗଦା ନିକଟେ ଅମିତ୍ ଓ ମନୋଜ ସୁଟକେସ ଉପରେ ଡିଜେଲ ଢାଳି ପୋଡ଼ି ଦେଇଥିଲେ। 

ଶୀତ ରାତିରେ ଦୁଇଜଣ ଯୁବକ ଅଳିଆ ପୋଡ଼ି ସେକି ହେଉଥିବା ଭାବି କେହି ତାଙ୍କ ଆଡ଼କୁ ଦୃଷ୍ଟି ଦେଇନଥିଲେ। ତେବେ ସୁଟକେସ ପୋଡ଼ି ଯିବ ଭାବି ଦୁହେଁ ଫେରି ଆସିଥିଲେ କିନ୍ତୁ କିଛି ସମୟ ପରେ କିଛି ଜଣ ଲୋକ ଦରପୋଡ଼ା ମୃଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ତାପରେ ପୋଲିସ ଦରପୋଡ଼ା ମୃତଦେହକୁ ପୋଷ୍ଟବୋଟମ ପାଇଁ ପଠାଇବା ସହିତ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଟ୍ରାକିଂ ଟେକ୍ନିକ ଏବଂ ଫୁଟେଜ ଆଧାରରେ ଅମିତକୁ ପୋଲିସ ସୋମବାର ଗିରଫ କରିଥିଲା।