କଲେଜରରୁ ପ୍ରେମ, ଲିଭ୍ ଇନ୍‌ରେ ୨ ବର୍ଷ, ତଥାପି ପ୍ରେମିକାକୁ ସନ୍ଦେହ କରି ପ୍ରେସର୍ କୁକରରେ ହତ୍ୟା କଲା ପ୍ରେମିକ, ଜାଣନ୍ତୁ ପୁରା ଘଟଣା

 
Hatya

ଆଜିକାର ପ୍ରେମୀ ଯୁଗଳ ବିଭାଘରକୁ ଏକ ଆବଦ୍ଧ ବନ୍ଧନ ଭାବୁଥିବେ ବେଳେ ଲିଭ୍ ଇନ୍ ରିଲେସନସିପକୁ ବେଶୀ ପ୍ରାଧ୍ୟାନ ଦେଉଛନ୍ତି। ଆମେ ଆପଣଙ୍କୁ ଲିଭ୍ ଇନ୍ ରିଲେସନର ସପକ୍ଷ କିମ୍ବା ବିପକ୍ଷରେ କିଛି କହୁନାହୁଁ।ଆମେ କେବଳ ସେହି ପୂର୍ବ ଏବଂ ବର୍ତ୍ତମାନର ଦୂର୍ଘଟଣା ଗୁଡ଼ିକ ବିଷୟରେ କହୁଛୁଜଏହା ସାଧାରଣତଃ ଲିଭ୍ ଇନ୍ ରିଲେସନରେ ହିଁ ଦେଖିବାକୁ ମିଳୁଛି।

କୁହାଯାଏ ସଂସାର କରିଥିଲେ ପଥର ପଡ଼ିଲେ ସହି ହେଲେ ଏହି ପ୍ରେମୀ ଯୁଗଳମାନେ ସଂସାର ର ଗଭୀରତା ଭିତରେ ପଶିବା ପୁର୍ବରୁ ହିଁ ଅତିଷ୍ଠ ହୋଇ ପଡୁଛନ୍ତି।କେଉଁଠି କିଏ କାହାକୁ ଟିକ୍ ଟିକ କରି ହାଣି ପକାଇ ଲାଣି ତ କିଏ କାହା ବେକ କାଟି ଜୀବନ ନେଲାଣି। ଗୋଟିଏ କି ଦୁଇଟି ନୁହେଁ  ସମୟେ ସମୟେ ଏହି ଭଳି ଅନେକ ଘଟଣା ଆସୁଛି ଆଖି ସାମ୍ନାକୁ। ଘଟଣା ଶୁଣିଲେ ଆପଣ ବି କହିବେ ବାରେ ପ୍ରେମ!

Couple

ଘଟଣା ଟି ଦକ୍ଷିଣ ବେଙ୍ଗାଲୁରୁ ବେଗୁର କ୍ଷେତ୍ରର। ଦୀର୍ଘ ଦୁଇ ବର୍ଷ ଧରି ଲିଭ୍ ଇନ୍ ରିଲେସନ ସିପରେ ରହୁଥିଲେ ପ୍ରେମୀ ଯୁଗଳ ବୈଷ୍ଣବ ଓ ମ୍ରିତିକା।ଦୁଇ ଜଣ କେରଳ ବାସିନ୍ଦା ଅଟନ୍ତି।ବୈଷ୍ଣବ ମାରକେଟିଂ ଫିଲ୍ଡରେ ଏକଜୁକ୍ୟୁଟିଭି ଥିବା ବେଳେ ମ୍ରୀତିକା ଉକ୍ତ ଫିଲ୍ଡରେ ସେଲ୍ସ ମ୍ୟାନ ଥିଲେ। ପଡୋଶୀଙ୍କ କହିବା ଅନୁସାରେ ସେ ଦୀର୍ଘ ଦିନ ଧରି ଏକ ଭଡ଼ା ଘରେ ରହି ଆସୁଥିଲେ ଏବଂ ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିବାର ମଧ୍ୟ ସେ କହିଥିଲେ।

ଘଟଣାରୁ ଜଣାପଡିଛି ଯେ ପ୍ରେମିକ ଜଣକ ସନ୍ଦେହ କାରଣରୁ ପ୍ରେମିକାଙ୍କ ଜୀବନ ନେଇଛନ୍ତି। ଏହି ସନ୍ଦେହ କାରଣରୁ ଅନେକ ଥର ତାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ହେଲେ ଏହି ଥରକ୍ ଝଗଡ଼ା ନେଇଥିଲା ଭୟଙ୍କର ରୁପ। ଯେଉଁଥିରେ ପ୍ରେମିକ ଜଣକ କ୍ରୋଧାନ୍ୱିତ ହୋଇ ପ୍ରେମିକା ରୋଷେଇ କରୁଥିବା ପ୍ରେସର୍ କୁକରରେ ପ୍ରେମିକା ମୁଣ୍ଡକୁ ଜୋରରେ ଆଘାତ କରିଥିଲେ। ଯାହାଫଳରେ କି ଉକ୍ତ ସ୍ଥାନରେ ହିଁ ପ୍ରେମିକା ଜୀବନ ଚାଲିଯାଇଥିଲା।ପରେ ପ୍ରେମିକ ଜଣକ ଫେରାର ମଧ୍ୟ ହୋଇଯାଇଥିଲେ।

Crime

ପୋଲିସ ପ୍ରେମିକ କୁ ଗିରଫ କରିଛି। dcp ସିକେ ବାବା ମାମଲାର ତଦନ୍ତ କରି କହିଛନ୍ତି ଯେ ଦୁହେଁ ଲିଭ୍ ଇନ୍ ରିଲେସନରେ ରହୁଥିଲେ ମଧ୍ୟ ସନ୍ଦେହ ଜନିତ କାରଣରୁ ଅନେକ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରୁହେ। ଯାହା ରବିବାର ଦିନ ଏକ ଭୟଙ୍କର ରୁପ ନେଇଥିଲା, ଯେଉଁଥିରେ ଜୀବନ ଚାଲି ଯାଇଥିଲା ପ୍ରେମିକାର।ହେଲେ ଏଥି ପାଇଁ କୌଣସି ଅଭିଯୋଗ ଆସି ନାହିଁ ବୋଲି ପୋଲିସ ଅଧିକାରୀ ଜନକ କହିଥିଲେ। Ipc ଧାରା ୩୦୨ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି।