ଦେଖନ୍ତୁ ଭିଡିଓ: ଚାଲିଚାଲି ଯାଉଥିଲେ ୫ ଯୁବତୀ, ହଠାତ୍ ପଛପଟୁ ମାଡ଼ି ଆସିଲା ଦ୍ରୁତଗତିରେ କାର୍, କରିଦେଲା ଛିନ୍ ଛତର୍

ପୁଣି ଭାଇରାଲ ହେଲା ଛାତିଥରାଇ ଦେବା ଭଳି ଦୃଶ୍ୟ। ଫୁଟ୍ ପାଥ ଉପରେ ଚାଲୁଥିବା ପାଞ୍ଚ ଝିଅଙ୍କ ଉପରେ ଚଢ଼ିଲା କାର୍। ଜଣେ ମୃତ ଓ ଚାରି ଗୁରୁତର । ବିନା ଦୋଷରେ ଚାଲି ଗଲା ଗୋଟିଏ ଜୀବନ। ଏହି ଭୟଙ୍କର ଦୃଶ୍ୟର ଭିଡିଓ ଆପଣ ବି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଘଟଣା ଟି କର୍ଣ୍ଣାଟକର ମେଙ୍ଗାଲୁର ସହରର ବୋଲି ଜଣା ପଡିଛି। ସୂଚନା ଅନୁସାରେ ଘଟଣାଟି ବୁଧବାର ସନ୍ଧ୍ୟା ୪ଟା ସମୟର ଲେଡୀହିଲ୍ ପାଖର। ମେଙ୍ଗାଲୁର ସିଟି କର୍ପୋରେସନ ସ୍ଵିମିଂ ପୂଲ୍ ପାଖ ଦେଇ ଯାଇଥିବା ଫୁଟ ପାଥରେ ଚାଲି ଚାଲି ଯାଇଥିଲେ ୫ ଜଣ ଝିଅ।
ସେହି ସମୟରେ ଏକ ଅଜଣା କାର ଆସି ୫ ଜଣ ଝିଅଙ୍କୁ ଏକା ସାଙ୍ଗରେ ଧକ୍କା ଦେଇଥିଲା। ଗାଡ଼ିଟି ଧକ୍କା ଦେବା ପରେ ରାସ୍ତା ସାରା ଛିଟକି ପଡ଼ିଥିଲେ ଝିଅ ମାନେ। ୫ ଜଣ ଝିଅଙ୍କ ମଧ୍ୟରୁ ତିନି ଜଣ ନାବାଳିକା ବୋଲି ଜଣା ପଡିଛି। କାର ଟି ଧକ୍କା ଦେବା ପରେ ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲା।
Horrific #Accident in #Mangaluru A woman was killed and 4 students injured after speeding car gets on the pavement & runs over them. Reckless driver escapes & later surrenders before the police. #cctv pic.twitter.com/HIWsU66INS
— Priyathosh Agnihamsa (@priyathosh6447) October 18, 2023
ଧୀରେ ଧୀରେ ସ୍ଥାନୀୟ ଲୋକଙ୍କର ଭିଡ଼ ଜମି ଯାଇଥିଲା ଘଟଣା ସ୍ଥଳରେ। ଝିଅ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତର ଖାନାରେ ଭର୍ତ୍ତି କରି ଥିଲେ।
ଡାକ୍ତର ୨୩ ବର୍ଷୀୟ ରୁପାଶ୍ରି ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ମାନେ ଗୁରୁତର ଭାବେ ଆହତ ବୋଲି ସୂଚନା ଦେଇଛନ୍ତି। ଏବେ ପୋଲିସ ତଦନ୍ତରୁ ଜଣା ପଡିଛି ଯେ କାର ଚାଳକ ଜଣକ ହେଉଛନ୍ତି କମଲେଶ ବଲଦେବ।