ଜିନ୍ସକୁ ନେଇ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା! ସ୍ତ୍ରୀକୁ ସ୍ୱାମୀ ଜିନ୍ସ ପିନ୍ଧିବାକୁ ମନା କରିବାରୁ ଛୁରୀ ଭୁସିଦେଲା ସ୍ତ୍ରୀ, ଆଉ ତାପରେ...

 
Jeans murder

ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ଏବଂ ଝଗଡ଼ା ହେବା କିଛି ନୂଆ କଥା ନୁହେଁ କିନ୍ତୁ ଛୋଟ କଥାରେ ସ୍ତ୍ରୀ ନିଜ ସ୍ୱାମୀର ଜୀବନ ନେଇଯିବ ଏହା ଶୁଣିଲେ ଆପଣ ବିଶ୍ୱାସ କରିବେ କି? କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଝାଡ଼ଖଣ୍ଡର ଜମତାରା ଠାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିନ୍ସ ପିନ୍ଧିବାକୁ ନେଇ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା ଜଣାପଡ଼ିଛି।

Jeans

ମିଳିଥିବା ସୂଚନା ଅନୁଯାଇ ଜାମତାରା ଥାନା ଅଧୀନ ଜୋଡ଼ଭୀଟା ଗାଁର ଆନ୍ଦୋଳନ ଟୁଡୁ ମାତ୍ର ୨ ମାସ ପୂର୍ବରୁ ବିବାହ କରିଥିଲେ। ତେବେ, ଶନିବାର ଦିନ ରାତିରେ ତାଙ୍କ ସ୍ତ୍ରୀ ଜିନ୍ସ ପିନ୍ଧି ପାଖ ଗାଁ ମେଳା ବୁଲିବାକୁ ଯାଇଥିଲେ। ଜିନ୍ସ ପିନ୍ଧି ମେଳା ଯିବାକୁ ମନା କରିବା ସହିତ ଆଗକୁ ଏପରି ନ କରିବାକୁ ଆନ୍ଦୋଳନ ତାଙ୍କ ସ୍ତ୍ରୀକୁ ତାଗିଦ କରିଥିଲେ।

Murder

 ମାତ୍ର ଏହି ସମାନ୍ୟ କଥାରୁ ହିଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ନିଜ ସ୍ୱାମୀ ଆନ୍ଦୋଳନକୁ ଛୁରାମାଡ଼ କରିଥିଲେ। ଘଟଣାରେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ନିଜ ଦୋଷ ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।