ସବୁ ସୀମା ଟପିଗଲା ଯୌତୁକ ନିର୍ଯ୍ୟାତନା! ସମ୍ପର୍କୀୟଙ୍କ ସହିତ ମିଶି ଦୁଷ୍କର୍ମ କରିବା ପରେ ଭିଡ଼ିଓ ଭାଇରାଲ କଲା ସ୍ୱାମୀ, ଆଉ ତାପରେ...

 
Gangrape

ଯୌତୁକ ଲୋଭରେ ସବୁ ସୀମା ଟପିଗଲେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ। ସ୍ୱାମୀ ନିଜ ସମ୍ପର୍କୀୟ ମାନଙ୍କ ସହିତ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟର ଭିଡ଼ିଓକୁ ୟୁଟ୍ୟୁବ୍ ରେ ଅପଲୋଡ଼ କରାଯାଇଥିବା ନେଇ ସାଙ୍ଘାତିକ ଆରୋପ ଲାଗିଛି। ପୋଲିସ ଘଟଣାକୁ ଅତି ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି।

Raped

ରାଜସ୍ଥାନ ଭରତପୁର ଠାରେ ଏଭଳି ସାଙ୍ଘାତିକ ଘଟଣା ଘଟିଛି। ହୋଇଥିବା ଅଭିଯୋଗ ଅନୁଯାଇ ୨୦୧୯ରେ ମହିଳା ଜଣକ ବିବାହ କରିଥିଲେ। ବିବାହ ପରଠାରୁ ହିଁ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଆରମ୍ଭ କରିଥିଲେ। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ନିଜ ବାପ ଘରକୁ ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ଶାଶୂଘର ଲୋକେ ବୁଝାଇ ସୁଝାଇ ତାଙ୍କୁ ଘରକୁ ଫେରାଇ ଆଣିଥିଲେ।

Raped

ମହିଳା ଜଣକ ଶ୍ୱଶୁର ଘରକୁ ଫେରି ଆସିବା ପରେ ସ୍ବାମୀ ଏବଂ ପରିବାର ଲୋକଙ୍କ ଆଭିମୁଖ୍ୟ ବଦଳି ଯାଇଥିଲା। ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ପରେ ଦିନେ ସବୁ ସୀମା ଟପି ଯାଇଥିଲା ସ୍ୱାମୀ। ସେହିଦିନ ସେ ନିଜ ସମ୍ପର୍କୀୟ ମାନଙ୍କୁ ଘରକୁ ଡାକି ସମସ୍ତଙ୍କ ଆଗରେ ସ୍ତ୍ରୀକୁ ବଳାତ୍କାର କରିଥିଲା। ଏହାପରେ ସ୍ତ୍ରୀକୁ ଡ଼ରାଇବାକୁ ଯାଇ ଉକ୍ତ ଭିଡ଼ିଓକୁ ୟୁଟ୍ୟୁବ୍ ରେ ଅପଲୋଡ଼ କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ସୁଦ୍ଧା ଭିଡ଼ିଓ ଅପଲୋଡ଼ ହୋଇଥିବା ନେଇ ସଠିକ ପ୍ରମାଣ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।