ସ୍ତ୍ରୀ ନାଁରେ କଳଙ୍କ! ଡ୍ରାଇଭର ପ୍ରେମରେ ପଡ଼ି ସ୍ୱାମୀକୁ ହତ୍ୟା କରିବା ପାଇଁ ଲଗାଇଲା ସୁପାରୀ କିଲର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Murder attempt

ସ୍ୱାମୀ ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର କିନ୍ତୁ, ଡ୍ରାଇଭର ପ୍ରେମରେ ପଡ଼ିଛନ୍ତି ସ୍ତ୍ରୀ। କେବଳ ପ୍ରେମରେ ପଡିନାହାଁନ୍ତି ବରଂ ରାସ୍ତାର କଣ୍ଟା ସାଜିଥିବା ସ୍ୱାମୀକୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି ଏହି ମହିଳା। ସ୍ୱାମୀକୁ ହତ୍ୟା କରିବା ପାଇଁ ଜଣେ ମହିଳା ସୁପରି କିଲର ନିଯୁକ୍ତ କରିଥିବା ଖବର ପାଇବା ପରେ ଏହା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ସ୍ତ୍ରୀ ଏବଂ ସୁପରି କିଲର ଫେରାର ରହିଛନ୍ତି।

Twinkle

ମିଳିଥିବା ସୂଚନା ଅନୁଯାଇ ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରା ୨୦୧୮ ମସିହାରେ ପୁରୀ ବଦଳି ହୋଇଯାଇଥିଲେ। କିନ୍ତୁ, ତାଙ୍କ ସ୍ତ୍ରୀ ପରିବାର ଭୁବନେଶ୍ୱର ଠାରେ ହିଁ ରହୁଥିଲେ। ଏହାରି ଭିତରେ ତାଙ୍କ ସ୍ତ୍ରୀ ଟ୍ଵିଙ୍କଲଙ୍କର କାର ଡ୍ରାଇଭର ଭାବରେ କାର୍ଯ୍ୟରତ ଅଶୋକ ସାହୁ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ, ସେମାନଙ୍କ ମଧ୍ୟରେ କଣ୍ଟା ସୃଷ୍ଟି ହେଉଥିବା ବିନାୟକଙ୍କୁ ହଟାଇବା ପାଇଁ ସେମାନେ ଯୋଜନା କରିଥିଲେ।

Ashok

ଏଥିପାଇଁ ଜିତୁ ନାମକ ଏକ ସୁପାରି କିଲର୍ କୁ ନଗଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା। ଗତ ୧୬ ତାରିଖରେ ଜିତୁ ଓ ତାର ସହଯୋଗୀମାନେ ମଞ୍ଚେଶ୍ୱର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପାଖରେ ବିନାୟକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ। ବିନାୟକଙ୍କୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଯୋଜନା ଫେଲ୍ ମାରିବା ଜାଣି ଟ୍ଵିଙ୍କଲ ଏବଂ ଅଶୋକ ଫେରାର ରହିଥିଲେ। ଧଉଳି ଆପର୍ଟମେଣ୍ଟରେ ସେମାନେ ରହିଥିବା ଜାଣିବାକୁ ପାଇ ପୋଲିସ ଚଢ଼ାଉ କରିଥିଲା। ପୋଲିସ ହାତରେ ବିନାୟକ ଧରା ପଡ଼ିବା ପରେ ସେ ସବୁ କଥା ମାନିଯାଇଛି।