ସଡ଼କ ଦୁର୍ଘଟଣା ନୁହେଁ ହତ୍ୟାକାଣ୍ଡ! ସାମାନ୍ୟ ବଚସାକୁ କେନ୍ଦ୍ର କରି ମାଆ ଝିଅଙ୍କ ଉପରେ ଟ୍ରକ୍ ଚଢାଇ ଦେଲା ଡ୍ରାଇଭର୍, ଜାଣନ୍ତୁ ପୂରା ଘଟଣା

 
Murder

ସାମାନ୍ୟ ସାଇଡ଼ ମରାକୁ କେନ୍ଦ୍ର କରି ଗାଡି ଚଢାଇ ମାଆ ଝିଅଙ୍କ ଜୀବନ ନେଇଗଲା ଟ୍ରକ୍ ଡ୍ରାଇଭର୍। ପ୍ରଥମରୁ ଏକ ସଡକ ଦୁର୍ଘଟଣା ଲାଗୁଥିବା ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକରେ ଘଟିଥିବା ଏହି ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସକୁ ସୂଚନା ମିଳିଛି। ପୋଲିସ ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Sritika and lipika

ମିଳିଥିବା ସୂଚନା ଅନୁଯାଇ ଘଟଣା ଦିନ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ଶୁଦ୍ଧିକ୍ରିୟା ସାରି ତାଙ୍କ ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକା ଚକ୍ରବର୍ତ୍ତି ଘରକୁ ଫେରୁଥିଲେ। ତେବେ, ଏନ୍ଏଚ୍ ୫୩ ଆରୁହା ଛକରେ ସାଇଡମରାକୁ ନେଇ ଡ୍ରାଇଭର ଅମର ସ୍ୱାଇଁ ସହ ଶ୍ରୀତିକା ଓ ଲିପିକାଙ୍କର ପାଟିତୁଣ୍ଡ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାଇ ସୁଝାଇ ସେଠାରୁ ବିଦା କରିଥିଲେ ହେଁ ଅମର ମନରେ ଜଳୁଥିଲା ପ୍ରତିଶୋଧର ନିଆଁ।

Truck

 ସେ ଶ୍ରୀତିକା ଓ ଲିପିକାଙ୍କ ପିଛା କରିବା ସହିତ ଆରୁହା ଛକରୁ ୧୦ କିଲୋମିଟର ଦୂର ବରଡ଼ା ଛକରେ ସିଧା ପଛପଟୁ ମାଆ ଝିଅଙ୍କ ଉପରେ ଟ୍ରକ୍ ଚଢ଼ାଇଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକଟି ମଧ୍ୟ ଓଲଟି ପଡିଥିଲା। ସ୍ଥାନୀୟ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ, ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ସଚେତନ ଓ ସତର୍କ ରହିବା ଜରୁରୀ ହୋଇପଡିଛି।