ହାଇକୋର୍ଟର ନିଷ୍ପତ୍ତି: ପିଡିତାର ସ୍ତନ ଏବଂ ଯୌନାଙ୍ଗ ବିକଶିତ ହେଉନଥିଲେ ବି ଏହାକୁ ଛୁଇଁବା ଅଟେ ଯୌନ ନିର୍ଯାତନା, ଜାଣନ୍ତୁ ପୂରା ଖବର

 
Sexual harrasment

କୌଣସି କନ୍ୟା ଶିଶୁ କିମ୍ବା ଯୁବତୀଙ୍କ ସ୍ତନ କିମ୍ବା ଯୌନାଙ୍ଗ ବିକଶିତ ହୋଇନଥିଲେ ମଧ୍ୟ ଏହାକୁ ଭୁଲ ଭାବରେ ଛୁଇଁବା ଯୌନ ନିର୍ଯାତନା ଅପରାଧ ମଧ୍ୟରେ ଆସିଥାଏ। ଏକ ଯୌନ ଉତ୍ପୀଡ଼ନ ଅସଦାଚରଣ ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି।

Sexual harrasment

୨୦୧୭ ମସିହାରେ ଜଣେ ମହିଳା ଏଥିନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାଇ ଅଭିଯୁକ୍ତ ବ୍ୟକ୍ତି ଜଣକ ତାଙ୍କ ୧୩ ବର୍ଷୀୟା ଝିଅର ସ୍ତନକୁ ଛୁଇଁବା ସହିତ ତାର ମୁହଁକୁ କିସ୍ କରିଥିଲେ। ଏହି ସମୟରେ ଝିଅଟି ଘରେ ଏକା ଥିଲେ ଏବଂ ଏହାର ଫାଇଦା ଉଠାଇ ଅଭିଯୁକ୍ତ ଏଭଳି କୁକର୍ମ କରିଥିଲା। ଏଥିନେଇ କୋର୍ଟରେ ଶୁଣାଣି ଚାଲିଥିଲେ ହେଁ ପୀଡିତାଙ୍କର ସ୍ତନ ବିକଶିତ ହୋଇନଥିବା ଡାକ୍ତରୀ ରିପୋର୍ଟ ସାମ୍ନାକୁ ଆସିଥିଲା।

Molestation

କିନ୍ତୁ ଏହି ଡାକ୍ତରୀ ରିପୋର୍ଟକୁ କୋର୍ଟ ଗ୍ରହଣ କରିନଥିଲା। ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କ ଅନୁପସ୍ଥିତିରେ ଅଭିଯୋଗକାରୀଙ୍କ ଘରେ ପ୍ରବେଶ କରିବା, ପୀଡିତା ଝିଅର ଶରୀରକୁ ଛୁଇଁବା ଏବଂ ଚୁମ୍ବନ ଦେବା ଅଭିଯୁକ୍ତଙ୍କ ଯୌନ ଉଦ୍ଦେଶ୍ୟକୁ ଦର୍ଶାଉଥିବା କୋର୍ଟ କହିଥିଲା। ତେଣୁ ନ୍ୟାୟାଳୟ ଦ୍ୱାରା ଅଭିଯୁକ୍ତଙ୍କୁ ପୋସ୍କୋ ଆକ୍ଟ ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।