ପବଜି ଖେଳିବା ପଡିଲା ମହଙ୍ଗା! ଲଭ୍ ଓ ସେକ୍ସ ପରେ ଓଡ଼ିଆ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବଙ୍ଗୀୟ ମହିଳା, ଜାଣନ୍ତୁ ପୂରା ଖବର

 
Pubg love

ଅନଲାଇନ ପବଜୀ ଖେଳୁ ଖେଳୁ ଚିହ୍ନା ହୋଇଗଲା। ବନ୍ଧୁତ୍ୱ ଧୀରେ ଧୀରେ ପ୍ରେମର ରୂପ ନେଲା, ଏପରିକି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଲା। କିନ୍ତୁ, ଏତେ ଦିନର ସମ୍ପର୍କ ରଖିବା ପରେ ଯୁବତୀ ଜଣକ ବିବାହିତା ଏବଂ ତାଙ୍କର ଦୁଇଟି ସନ୍ତାନ ରହିଥିବା ଜାଣିବାକୁ ପାଇଲେ ପ୍ରେମିକ। ଏହା ଜାଣିବା ପରେ ଏହି ସମ୍ପର୍କ ଠାରୁ ଦୂରେଇ ଯିବାପାଇଁ ଚାହୁଁଥିଲେ ହେଁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା।

Pubg

ଓଡ଼ିଶାର ଜଳେଶ୍ୱରର ବାସିନ୍ଦା କୃଷ୍ଣ ଚୌରସିଆଙ୍କୁ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କ ମିଛ ଦୁଷ୍କର୍ମ ମାମଲାରେ ଫସାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। ଏଥିନେଇ ସେ କୋଲକାତା ହାଇକୋର୍ଟର ଦ୍ୱାରାସ୍ତ ହୋଇଥିବା ବେଳେ ତାଙ୍କର ଆଗୁଆ ଜାମିନ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। ଭବିଷ୍ୟତରେ ସେ କୌଣସି ପ୍ରକାର ଷଡଯନ୍ତ୍ରର ଶିକାର ହୋଇପାରନ୍ତି ବୋଲି ଆଶା କରିଥିବାରୁ ଆଗୁଆ ଜାମିନ ଆବେଦନ କରିଥିବା କହିଛନ୍ତି।

Tension

କୃଷ୍ଣଙ୍କ କହିବା ଅନୁଯାଇ ସେ ବାଙ୍ଗାଲୋରର ଏକ ସଫ୍ଟୱେର କମ୍ପାନିରେ କାମ କରନ୍ତି। କରୋନା ସମୟରେ ପବଜୀକୁ ଖେଳିବା ବେଳେ ୩୨ ବର୍ଷିୟ କୃଷ୍ଣଙ୍କର ଉକ୍ତ ମହିଳାଙ୍କ ସହିତ ପରିଚୟ ହୋଇଥିଲା। ଏହାପରେ ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିବା ସେ ସ୍ୱୀକାର କରୁଥିଲେ ହେଁ ଏହା ଉଭୟଙ୍କ ସହମତିରେ ହୋଇଥିବା ଏବଂ ସେତେବେଳେ ମହିଳା ଜଣକ ବିବାହିତା ବୋଲି ସେ ଜାଣିନଥିବା କୃଷ୍ଣ କହିଛନ୍ତି। ଅନ୍ୟପକ୍ଷରେ ମହିଳା ଜଣକ ମେଦିନପୁର ଥାନାରେ କୃଷ୍ଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା ଜଣାଯାଇଛି।