ପରକୀୟା ପ୍ରୀତିର ସାଙ୍ଘାତିକ ପରିଣତି! ନିଜ ପାପ ଧରାପଡ଼ିବା ଭୟରେ ଶ୍ୱଶୁରକୁ ହତ୍ୟା କଲା ବୋହୂ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Murder

ପରକୀୟା ପ୍ରୀତିର ସାଙ୍ଘାତିକ ପରିଣତି। ବୋହୂର ଅନ୍ୟ ଜଣେ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା, ଏଥିନେଇ ଜାଣି ସାରିଥିଲେ ବୃଦ୍ଧ ଶ୍ୱଶୁର। ନିଜର ପାପକୁ ଲୁଚାଇବା ପାଇଁ ଶେଷରେ ବୁଢା ଶ୍ୱଶୁରଙ୍କୁ ହତ୍ୟା କରିଦେଲା ବଡ଼ ବୋହୂ। ବାଲେଶ୍ୱର ଜିଲ୍ଲା ରେମୁଣା କାକବୋରାଇ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Victim wife

ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ରେମୁଣା କାକବୋରାଇ ଗାଁରେ ୭୫ ବର୍ଷ ବୟସ୍କ ରଘୁନାଥ ନିଜ ବଡ଼ ପୁଅ ଓ ବୋହୂ ସହିତ ରହୁଥିଲେ। ପୁଅ ଘରେ ନଥିବା ସମୟରେ ଜୈନିକ ଯୁବକ ବାରମ୍ବାର ଘରକୁ ଆସୁଥିଲେ। ଏଥିନେଇ ରଘୁନାଥଙ୍କର ବୋହୂ ଉପରେ ସନ୍ଦେହ ହୋଇଥିଲା। କିଛିଦିନ ଭିତରେ ରଘୁନାଥ ନିଜ ବୋହୂର ଅନୈତିକ ସମ୍ପର୍କ ବିଷୟରେ ଜାଣିପାରିଥିଲେ। ଯେଉଁଥିପାଇଁ ଶ୍ୱଶୁର-ବୋହୂ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଧୀରେ ଧୀରେ ତିକ୍ତତା ବଢ଼ିବା ସହିତ ରଘୁନାଥ ବୋହୂ ବିଷୟରେ ପୁଅକୁ ସବୁ କହିବା ପାଇଁ ଚେଷ୍ଟା କରୁଥିଲେ।

 ଅନ୍ୟପକ୍ଷରେ ତାଙ୍କ ବୋହୂ ଏଥିନେଇ ଡରି ଯାଇଥିଲା ଏବଂ ଗୋଟିଏ ପଟେ ସ୍ୱାମୀଙ୍କୁ ଛାଡିବାକୁ ଇଚ୍ଛା କରୁନଥିଲା, ସେପଟେ ଜୈନିକ ବ୍ୟକ୍ତିଙ୍କୁ ବି ଛାଡ଼ିବାକୁ ରାଜି ନଥିଲା। ଶେଷରେ ବୁଢା ଶ୍ୱଶୁରକୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା ବୋହୂ। ସୁଯୋଗ ପାଇବା ମାତ୍ର ଶ୍ୱଶୁର ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଦୁଇ ଫାଳ କରିଦେଇଥିଲା ସେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି।