ଓଡ଼ିଆ ସିରିଏଲ ଅଭିନେତା ମିଲନ ମହାରଣାଙ୍କ ନାମରେ ସାଙ୍ଘାତିକ ଅଭିଯୋଗ! ପ୍ରେମ, ପ୍ରତାରଣା ଓ ଠକେଇର ଅଭିଯୋଗ ଆଣିଲେ ପ୍ରେମିକା, ଜାଣନ୍ତୁ ପୂରା ଘଟଣା

 
Milan moharana

'ଦୀର୍ଘ ଦୁଇବର୍ଷ ଧରି ମୋ ସହିତ ପ୍ରେମ ସମ୍ପର୍କ ରଖିଥିଲେ, ଏପରିକି ବିବାହର ପ୍ରତିଶୃତି ଦେଇ ଲିଭ୍ ଇନ୍ ରିଲେସନରେ ମଧ୍ୟ ରହିଲେ। କିନ୍ତୁ ଏବେ ସେ ମୋତେ ଧୋକା ଦେଉଛନ୍ତି'। ଓଡ଼ିଆ ଭି ସିରିଏଲ ଅଭିନେତା ଏମ୍ ସୁମନ କୁମାର ଓରଫ୍ ମିଲନ ମହାରଣାଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଏତଲାକୁ ଆଧାର କରି ପୋଲିସ ମିଳନଙ୍କୁ ଗିରଫ କରିଛି।

Milan

ଅଭିଯୋଗକାରିଣୀ ଯୁବତୀ କରିଥିବା ଅଭିଯୋଗ ଅନୁଯାଇ ଗତ ଦୁଇବର୍ଷ ହେବ ସେ ମିଲନଙ୍କ ସହିତ ଲିଭ୍ ଇନ୍ ରେ ରହି ଆସୁଥିଲେ। ସେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଗତ କିଛିଦିନ ହେବ ସେ ତାଙ୍କୁ ଆଭଏଡ୍‌ କରୁଛନ୍ତି। ମିଲନଙ୍କ ଜୀବନରେ ଆଉ ଜଣେ ଯୁବତୀ ଚାଲି ଆସିଥିବାରୁ ସେ ଏପରି କରୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

Milan with his gf

କେବଳ ଏତିକି ନୁହେଁ ସମ୍ପର୍କରେ ଥିବା ସମୟରେ ଗାଡି କିଣିବା ପାଇଁ ମିଳନ ତାଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିବା ଏବଂ ବୁଲେଟ କିଣିବା ସମୟରେ ମଧ୍ୟ କିଛି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏଥିନେଇ ଯୁବତୀ ଜଣକ ପାହାଳ ଥାନାରେ ଅଭିଯୋଗ କରିଛନ୍ତି। ସେ କରିଥିବା ସମସ୍ତ ଅଭିଯୋଗର ପ୍ରମାଣ ଗୁଡିକୁ ଥାନାରେ ଦେଇଥିବା କହିଛନ୍ତି।