ହୀନ ମାନସିକତା! ଜଙ୍ଗଲରେ ଗୋଧି ସହିତ ଦୁଷ୍କର୍ମ କଲେ ୪ ଶିକାରୀ, ସିସିଟିଭି ଫୁଟେଜରୁ ପଡିଲେ ଧରା, ଜାଣନ୍ତୁ ପୂରା ଘଟଣା

 
Godhi

କାମନା ନିଆଁରେ ହିତାହିତ ଜ୍ଞାନ ଭୁଲି ଯାଉଛି ମଣିଷ। ମହିଳା ଏବଂ ଝିଅ ମାନଙ୍କ ସହିତ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ପରି ଘୃଣ୍ୟ କାର୍ଯ୍ୟ ହେଉଥିବାର ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଏହି ଦୁର୍ବୁତ୍ତମାନେ ପଶୁ ମାନଙ୍କୁ ମଧ୍ୟ ଛାଡୁନାହାଁନ୍ତି। ମହାରାଷ୍ଟ୍ରର ଗୋଠାଣେ ଗାଁ ସହୟାଦ୍ରୀ ଟାଇଗର ରିଜର୍ଭରେ ଏକ ବେଙ୍ଗଲ ମନିଟର ଲିଜାର୍ଡକୁ ୪ ଜଣ ଦୁର୍ବୁତ୍ତ ଦୁଷ୍କର୍ମ କରିଥିବା ଜଣାଯାଇଛି।

Moniter lizard

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ୪ ଜଣଙ୍କ ନାମ ସନ୍ଦୀପ ତୁକାରାମ, ପାୱାର ମଙ୍ଗେଶ, ଜନାର୍ଦନ କାମଟେକର ଓ ଅକ୍ଷୟ ସୁନୀଲ ଅଟେ। ସେମାନେ ସହୟାଦ୍ରୀ ଟାଇଗର ରିଜର୍ଭ ଭିତରକୁ ପର୍ଯ୍ୟଟକ ଭାବରେ ପଶିଥିଲେ। ଏହା ଭିତରେ ପଶିବା ପରେ ସେମାନେ ଏକ ମାନିଟର ଲିଜାର୍ଡକୁ କାବୁ କରି ନେଇଥିଲେ। ଏହାପରେ ଚାରିଜଣ ମିଶି ଏହାକୁ ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ସେମାନେ ଏହି ମୁହୂର୍ତ୍ତର ଭିଡ଼ିଓ ରେକର୍ଡ଼ କରିଥିବା ମଧ୍ୟ କୁହାଯାଉଛି।

Accused

ଦୁଷ୍କର୍ମ କରୁଥିବା ସମୟର ମୁହୂର୍ତ୍ତ ସେଠାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବେଙ୍ଗଲ ମନିଟର ଲିଡାର୍ଜ(ଗୋଧି) ବନ୍ୟଜୀବ ସଂରକ୍ଷଣ ଆଇନ୍ ୧୯୭୨ ଅଧିନରେ ଆସୁଛି। ତେଣୁ, ଏହି ଚାରିଜଣଙ୍କ ବିରୋଧରେ ଅଭିଯୋଗ ସଠିକ ସାବ୍ୟସ୍ତ ହେଲେ ସେମାନଙ୍କୁ ୭ ବର୍ଷର ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇପାରେ।