କଳଙ୍କିତ ଭୁବନେଶ୍ୱର! ନାବାଳିକାଙ୍କୁ ଟେକିନେଇ ଦଉଡ଼ିରେ ବାନ୍ଧି ସାରା ରାତି ଗଣଦୁଷ୍କର୍ମ କରିଲେ ଦୁର୍ବୁତ୍ତ, ଆଉ ତାପରେ...
Wed, 18 Jan 2023

ରାଜଧାନୀରେ ଲଜ୍ଜା, ନାବାଳିକାଙ୍କୁ ଅପହରଣ କରି ରାତିସାରା ଗଣଦୁଷ୍କର୍ମ କରିଲେ ଦୁର୍ବୁତ୍ତ। ଜନଗହଳିପୂର୍ଣ୍ଣ ପଟିଆ ରେଳୱେ ଷ୍ଟେସନରେ ଘଟିଛି ଏଭଳି ଏକ କାଣ୍ଡ। ଏଥିନେଇ ସାରା ସହରରେ ଚଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାଇ ନାବାଳିକା ଦୁଇଜଣ ଗତକାଲି ରାତିରେ ପଟିଆ ଷ୍ଟେସନକୁ ଯାଇଥିଲେ। ସେଠାରେ ସୁଯୋଗ ପାଇ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ନେଇ ପଟିଆ ଓଭରବ୍ରିଜ୍ ଉପରକୁ ଚାଲି ଆସିଥିଲେ। ରାତିସାରା ସେମାନେ ନାବାଳିକାଙ୍କୁ ବାନ୍ଧି ଗଣଦୁଷ୍କର୍ମ କରିଥିଲେ।
କେବଳ ସେତିକି ନୁହେଁ ଏହା ବିଷୟରେ ଆଉ କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ପରଦିନ ସକାଳୁ ପୀଡିତା ନାବାଳିକାମାନେ ଏଥିନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ପରିବାର ଲୋକେ ଏଥିନେଇ ଚାଇଲ୍ଡ ହେଲ୍ପଲାଇନରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।