ଜବରଦସ୍ତି ଯୁବକଙ୍କୁ କାର୍‌ରେ ଉଠାଇନେଲେ ୪ ଯୁବତୀ, ନିଛାଟିଆ ଜାଗାରେ ଗଣଦୁଷ୍କର୍ମ ପରେ ଗୋଡ଼ହାତ ବାନ୍ଧି ଫିଙ୍ଗିଦେଲେ, ଜାଣନ୍ତୁ ପୂରା ଖବର

 
Jubaka

ପୁଣିଥରେ ଜାତୀୟ ଗଣମାଧ୍ୟମରେ ଏକ ଦୁଷ୍କର୍ମ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ଆମ୍ଭେ ଯେଉଁ ଦୁଷ୍କର୍ମ ବିଷୟରେ କହିବାକୁ ଯାଉଛୁ ତାହା କୌଣସି ଝିଅ କିମ୍ବା ମହିଳାଙ୍କ ସହିତ ହୋଇନାହିଁ ବରଂ ଜଣେ ଯୁବକଙ୍କ ସହିତ ହୋଇଥିବା ଜଣାପଡିଛି। ପଞ୍ଜାବର ଜଳନ୍ଧର ଠାରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Rape

ଏହି ଘଟଣାରେ ସେଠାରେ ରହୁଥିବା ଜଣେ ଶ୍ରମିକ ପୀଡ଼ିତ ହୋଇଛନ୍ତି। ହୋଇଥିବା ଅଭିଯୋଗ ଅନୁଯାଇ ଶ୍ରମିକ ଜଣକ ନିଜ କାମ ସାରି ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ପାଖରେ ଏକ କାର ଆସି ଅଟକିଥିଲା। କାର୍ ଭିତରେ ୪ ଜଣ ଯୁବତୀ ରହିଥିବା ବେଳେ ସେମାନେ ତାଙ୍କୁ ଏକ କାଗଜ ବଢ଼ାଇ ସେଥିରେ ଥିବା ଠିକଣା ବିଷୟରେ ପଚାରିଥିଲେ।

Rape

ବ୍ୟକ୍ତି ଜଣକ କାଗଜ ପଢ଼ୁଥିବା ବେଳେ ସେମାନେ ତାଙ୍କ ଆଖିରେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ସ୍ପ୍ରେ କରି ବେହୋସ କରାଇ ଦେଇଥିଲେ। ଅଭିଯୁକ୍ତ ଯୁବତୀମାନେ ଯୁବକଙ୍କୁ କାର ଯୋଗେ ଏକ ଜଙ୍ଗଲ ମଧ୍ୟକୁ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଦୁଷ୍କର୍ମ ପୂର୍ବରୁ ତାଙ୍କୁ ମଦ ପିଇବାକୁ ବାଧ୍ୟ କରାଯାଇଥିବା ପୀଡିତ ଅଭିଯୋଗ କରିଛନ୍ତି। ପଞ୍ଜାବ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।